Pratidin TV

Odisha's Digital News Platform

ଚର୍ଚ୍ଚାରେ ଉପରାଷ୍ଟ୍ରପତିଙ୍କ ପତ୍ନୀ ଉଷା; ପ୍ରଶଂସା କଲେ ଟ୍ରମ୍ପ

1 min read

ଆମେରିକାରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦମ୍‌ଦାର୍‌ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ଏହା ମଧ୍ୟରେ ଆଉ ଜଣେ ଭାରତୀୟ ମହିଳା ଆମେରିକାର ଚର୍ଚ୍ଚାର କାରଣ ପାଲଟିଛନ୍ତି । କେବଳ ଏତିକି ନୁହେଁ ଏବେ ସାରା ଦୁନିଆରେ ଉଷା ଭାନ୍ସଙ୍କ ବିଷୟରେ ସଭିଏଁ ଅଧିକରୁ ଅଧିକ ଜାଣିବାକୁ ଇଚ୍ଛା କରୁଛନ୍ତି । ଉଷା ଭାନ୍ସ ହେଉଛନ୍ତି ଆମେରିକାର ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେ.ଡି. ଭାନ୍ସଙ୍କ ପତ୍ନୀ । ଟ୍ରମ୍ପଙ୍କ ବିଜୟରେ ଭାନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାନ୍ସଙ୍କ ବ୍ୟତୀତ ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷାଙ୍କୁ ମଧ୍ୟ ଟ୍ରମ୍ପ ‘ସୁନ୍ଦର ପତ୍ନୀ’ କହିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ଟ୍ରମ୍ପ ନିଜ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ସେହି ସମୟରେ ଟ୍ରମ୍ପ ଜେଡି ଭାନ୍ସଙ୍କ ସହ ଠିଆ ହୋଇଥିବା ତାଙ୍କ ପତ୍ନୀ ଉଷାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି । ଟ୍ରମ୍ପ କହିଛନ୍ତି, ମୁଁ ଟିକିଏ ଅହଂକାରୀ କିମ୍ବା ଅଧିକ ଗର୍ବୀ ହୁଏ, ନିଜକୁ ଅନୁଭବ ଓ ସ୍ମରଣ କରାଏ ଉଷା ମୋ ଠାରୁ ଅଧିକ ଦକ୍ଷ ଅଟନ୍ତି । ଲୋକେ ଜାଣି ନାହାଁନ୍ତି ସେ କେତେ ପ୍ରଭାବଶାଳୀ ଅଟନ୍ତି ।

Advertisement

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ଜେଡି ଭାନ୍ସକୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ। ଜେଡି ଭାନ୍ସ ଆମେରିକା ନାଗରିକ ମାନଙ୍କ ମଧ୍ୟରେ ଖୁବ୍‌ ପ୍ରସିଦ୍ଧ । ନିର୍ବାଚନ ଜିତିବା ପରେ ଜେଡି ଭାନ୍ସଙ୍କ ପତ୍ନୀ ଆମେରିକାର ୨ୟ ମହିଳା ହେବାକୁ ଯାଉଛନ୍ତି । ୩୮ ବର୍ଷୀୟ ଉଷା ଭାନ୍ସ ଆମେରିକାର ୨ୟ ମହିଳା ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି । ସେ ଆମେରିକାର ୨ୟ ମହିଳା ହେବାକୁ ଯାଉଥିବା ପ୍ରଥମ ଭାରତୀୟ- ଆମେରିକୀୟ ।

ଉଷା ଭାନ୍ସ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଝିଅ। ତାଙ୍କର ପ୍ରକୃତ ନାମ ହେଉଛି ଉଷା ଚିଲୁକୁଡି ଭାନ୍ସ। ଆନ୍ଧ୍ରର ନିଡାଡାଭୋଲୁ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡଲୁରୁ ଗ୍ରାମର ପୂର୍ବ ବାସିନ୍ଦା ହେଉଛନ୍ତି ଉଷା।

Leave a Reply

Your email address will not be published. Required fields are marked *