Pratidin TV

Odisha's Digital News Platform

ଆଡମିସନ ପାଇଁ ପିଜି କାଉଁସିଲ ଅଧକ୍ଷାଙ୍କ ଗୋଡ ଧରିଲେ ଛାତ୍ର ।

1 min read

ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ପରିସରରେ ଦେଖିବାକୁ ମିଳିଛି ଏଭଳି କିଛି ସାଘାତିକ୍ ଦୃଶ୍ୟ । ଯେଉଁଥିରେ ଜଣେ ଛାତ୍ର ଆଡମିସନ ପାଇଁ ପିଜି କାଉସିଲ ଅଧକ୍ଷାଙ୍କ ଗୋଡ ଧରିଥିବାର ନଜର ଆସିଥିଲେ ।

ତେବେ ଆଡମିସନରେ ଅନିୟମିତତା ହୋଇଥିବା ଅଭିଯୋଗରେ ଛାତ୍ର ମାନେ ଧାରଣା ଦେଇ ବସିଛନ୍ତି ।ଏହା ଭିତରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଯେ କମ୍ ରାଙ୍କ ଥିବା ପିଲାଙ୍କୁ ଆଡମିଶନ ଦିଆଯାଉଛି କିନ୍ତୁ ରାଙ୍କରେ ଥାଇ ମଧ୍ୟ ପିଲାଙ୍କୁ ଆଡମିସନ୍ ମିଳୁନାହିଁ ।

Advertisement

ସୂଚନା ରହିଛି ଭଦ୍ରକର ବିଜୟ କୁମାର ସାହୁ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ପରେ ,ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଆଡମିଶନ କରିଥିଲେ । କିନ୍ତୁ ପରେ ତାଙ୍କୁ ବାଣୀବିହାରରୁ କଲ ଯାଇ ଆଡମିଶନ କରିବାକୁ କୁହାଯାଇଥିଲା । ଏହା ପରେ ବିଜୟ ଫକିର ମୋହନ ବିଦ୍ୟାଳୟ ରୁ ଡକ୍ୟୁମେଣ୍ଟ ଆଣି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦାଖଲ କରିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ତାଙ୍କ ଠାରୁ କମ ଥିବା ଜଣେ ପିଲାଙ୍କୁ ଆଡମିଶନ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ବିଜୟ । ଏଥିସହ ର।ଜନୈତିକ ଚାପରେ ଏମିତି କରାଯାଇଥିବା ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଏନେଇ ବାଣୀବିହାର କର୍ତ୍ତୁପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

Leave a Reply

Your email address will not be published. Required fields are marked *