Pratidin TV

Odisha's Digital News Platform

ଟନେଲ୍ ଅପରେସନରେ ଆଗକୁ ଆସୁଛି ବଡ଼ ପ୍ରତିବନ୍ଧକ, ଅଟକିଯାଇପାରେ ଉଦ୍ଧାର କାର୍ଯ୍ୟ!

ଉତ୍ତରକାଶୀ ଟନେଲ ଟ୍ରାଜେଡି । ଆଜିକୁ ୧୬ ଦିନ ହୋଇଗଲା ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ । ପ୍ରତିଦିନ ରେସ୍କ୍ୟୁ ଅପରେସନ୍‌ରେ ଉପୁଜୁଛି ନୂଆ ଚ୍ୟାଲେଞ୍ଜ, ଆଉ ନୂଆ ବାଧା । ତଥାପି ଯୁଦ୍ଧକାଳୀନ ଭିତିରେ ଖନନ ପ୍ରକ୍ରିୟା ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ପାହାଡର ଉପର ପଟୁ ଖନନ କାର୍ଯ୍ୟ ଆଗେଇ ଚାଲିଛି । ପାଖାପାଖି ୯୦ ମିଟର ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଁଚିବା ସମ୍ଭବ ହେବ । ଆଉ ଏବେ ସୁଦ୍ଧା ୩୦ ମିଟର ପର୍ଯ୍ୟନ୍ତ ଖନନ କାର୍ଯ୍ୟ ହୋଇଛି । ସେପଟେ ଉଦ୍ଧାର କାର୍ଯ୍ୟ ଆଗରେ ଆଉ ଏକ ବଡ଼ ପ୍ରତିବନ୍ଧକ ଆସିବାକୁ ଯାଉଛି । ତାହା ହେଉଛି ପ୍ରାକୃତିକ ବିର୍ଯ୍ୟୟ । ଉତ୍ତରାଖଣ୍ଡ ପାଇଁ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସୋମବାରଠାରୁ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ତୁଷାରପାତ ହେବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ଆହୁରି କଷ୍ଟକର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ପଶ୍ଚିମ ବିକ୍ଷୋଭ ଯୋଗୁଁ ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଚମୋଲି, ପିଥୋରାଗଡ଼ ଏବଂ ଆଲମୋଡ଼ାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ତୁଷାରପାତ ହେବ । ସିଲକିୟାରା, ବଡକୋଟ ହେଉଛି ଉତ୍ତରକାଶୀ ଅଞ୍ଚଳ ଯେଉଁଠାରେ ପ୍ରବଳ ତୁଷାରପାତ ହୋଇଥାଏ । ଏପରି ହେଲେ ପୁଣି ଥରେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବ ଉଦ୍ଧାରକାର୍ଯ୍ୟ । କାରଣ ତୁଷାରପାତ ହେଲେ ଡ୍ରିଲିଂ କରିବା କିମ୍ବା ପାଇ ପକାଇବା କାମ ଅଟକିଯାଇପାରେ!

Leave a Reply

Your email address will not be published. Required fields are marked *