Pratidin TV

Odisha's Digital News Platform

ଲକ୍ଷ୍ନରେ କଲେଜ ଛାତ୍ରୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତି ଯାଏଁ ଚାଲିଥିଲା ମଦ ପାର୍ଟି…


ଉତ୍ତରପ୍ରଦେଶ: ରାଜଧାନୀ ଲକ୍ଷ୍ନରେ ଏକ କଲେଜ ଛାତ୍ରୀଙ୍କୁ ଗୁଳି କରି ହତ୍ୟା । ବୁଧବାର ଲକ୍ଷ୍ନର ଦୟାଲ ରେସିଡେନ୍ସିରେ ବିବିଡି କଲେଜରେ ପଢୁଥିବା ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ପୂର୍ବରୁ ସେଠାରେ ଏକ ପାର୍ଟି ଅନୁଷ୍ଠିତ ହୋଇଥିଲା । ପରେ ଏହି ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ ସେଠାରେ ପହଞ୍ଚି ମଦ ଓ ବିୟର ବୋତଲ ଜବତ କରିବା ସହ ଛାତ୍ରୀଙ୍କର ମୃତ ଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏବଂ ଏହି ଘଟଣାରେ ଛାତ୍ରୀଙ୍କର କିଛି ସାଙ୍ଗକୁ ଅଟକ ରଖିଛି । ଅଭିଯୋଗ ହୋଇଛି ଯେ ଛାତ୍ର ଜଣକ ତାଙ୍କର ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ଦୟାଲ ରେସିଡେନ୍ସିକୁ ଆସିଥିଲେ, ଯେଉଁଠାରେ ଅନ୍ୟ ଲୋକ ଉପସ୍ଥିତ ଥିଲେ ଏବଂ ଭୋଜି କରୁଥିଲେ ।


ପୋଲିସର ସୂଚନା ମୁତାବକ ମୃତ ଛାତ୍ର ଜଣକ ହେଉଛନ୍ତି ନିଶା ତ୍ରିପାଠି । ସେ ବିବିଡି କଲେଜରେ ବି.କମ୍ ଛାତ୍ରୀ ଥିଲେ । ତେବେ ବୁଧବାର ବିବିଡି କଲେଜରେ ଆୟୋଜିତ ହୋଇଥିବା ଗଣେଶ ଚତୁର୍ଥୀ କାର୍ଯ୍ୟକ୍ରମରେ ନିଶା ଯୋଗ ଦେଇଥିଲେ । କିନ୍ତୁ ସେଠାରେ ନିଶାଙ୍କର ଏକ ବନ୍ଧୁ ଆଦିତ୍ୟ ପଠକ ତାଙ୍କୁ ଦୟାଲ ରେସିଡେନ୍ସି ଯିବାକୁ କହିଥିଲେ । ଯେତେବେଳେ ନିଶା ଦୟାଲ ରେସିଡେନ୍ସି ରେ ପହଞ୍ଚିଥିଲେ, ସେଠାରେ ଅନ୍ୟ କିଛି ଛାତ୍ର ମଧ୍ୟ ଉପସ୍ଥିତ ଥିଲେ । ଆଉ ଏହି ଛାତ୍ରମାନଙ୍କ ମଧ୍ୟରେ ଏକ ମଦ ପାର୍ଟି ଚାଲିଥିଲା ।


ଅନ୍ୟପଟେ ଏହି ମଦ ପାର୍ଟି ସମୟରେ ବୋଧହୁଏ ବିବାଦ ଲାଗି ରହିଥିଲା । ଏହା ପରେ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସମୟରେ ଜଣେ ଛାତ୍ର ଦେଶି ବନ୍ଧୁକ ବାହାର କରି ଗୁଳି ଚଳାଇଥିଲା । ଆଉ ଗୁଳି ବିନିମୟରେ ନିଶାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ଖବର ପାଇବା କ୍ଷଣି ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଏବଂ ଉକ୍ତ କୋଠରୀର ରୋଷେଇ ଘରୁ ମଦ ବୋତଲ ଉଦ୍ଧାର କରିଥିଲା । ଏହି ମାମଲାରେ ନିଶାଙ୍କ ବନ୍ଧୁ ଆଦିତ୍ୟ ପଠକଙ୍କ ସମେତ ପୋଲିସ ଅନେକ ଲୋକଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଚଳାଇଥିବା ପୋଲିସ କହିଛି ।

Leave a Reply

Your email address will not be published. Required fields are marked *