Pratidin TV

Odisha's Digital News Platform

ଓଡିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ…ବିଜେପି କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର

ଓଡ଼ିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି |ପାଞ୍ଚ ପର୍ଯ୍ୟାୟ ଶେଷ ହୋଇଛି | ତେବେ ଏହାରି ମଧ୍ୟରେ ଓଡ଼ିଶାରେ ପ୍ରଥମ ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି | ତେବେ ମେ ୨ ୫ ପର୍ଯ୍ୟାୟରେ ଓଡ଼ିଶାରେ ୩ୟ ପର୍ଯ୍ୟାୟ ହେବାକୁ ଯାଉଛି | ଏବଂ ଜୁନ ୧ ରେ ୪ର୍ଥ ପର୍ଯ୍ୟାୟ ହେବ | ତେଵେ ଓଡିଶା ଫୋକସରେ ବିଜେପି | ପ୍ରଧାନମନ୍ତ୍ରୀଙ୍କଠାରୁ ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଗସ୍ତରେ ପ୍ରଚାର ପାଇଁ ଆସୁଛନ୍ତି |

ତେବେ ଏଥର ଓଡିଶା ଆସୁଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ | ଆସନ୍ତା ୨୩ ରେ ଓଡ଼ିଶାରେ ବିଜେପି ପ୍ରଚାର ମଙ୍ଗ ଧରିବେ | ଦିନିକିଆ ଗସ୍ତରେ ଆସୁଛନ୍ତି ଯୋଗୀ ଅଦିତ୍ୟନାଥ | ତେବେ ଏହି ଗସ୍ତରେ ଚିଲିକା ଓ ସାଲେପୁର କୁଳିଆ ନିର୍ବାଚନ ସଭାରେ କରିବେ ପ୍ରଚାର | ତେବେ ଯୋଗୀ ଅଦିତ୍ୟନାଥଙ୍କ ଗସ୍ତ ଓ ପ୍ରଚାର ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବବ୍ୟବସ୍ଥା କରାଯାଉଛି |

Leave a Reply

Your email address will not be published. Required fields are marked *