Pratidin TV

Odisha's Digital News Platform

ଗୁହାରି ଶୁଣିଲାନି ଥାନା ଅଧିକାରୀ,ସ୍ତ୍ରୀ ନିର୍ଯାତନା ସାହିପାରିଲାଣି ସ୍ୱାମୀ..ଚାଲିଗଲା ଜୀବନ…

1 min read

ସ୍ତ୍ରୀର ନିର୍ଯାତନା ସହି ନ ପରି ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି | ସ୍ତ୍ରୀ ଦେଉଥିଲା ସ୍ୱାମୀକୁ ନିର୍ଯାତନା ସହି ପାରିଲେନି ସ୍ୱାମୀ ଅଭିଯୋଗ ପାଇଁ ପୋଲିସ ଦ୍ୱାରସ୍ଥ ହୋଇଥଲିଏ ସ୍ୱାମୀ | ସେଠି ତାଙ୍କର ଅଭିଯୋଗ ନ ଶୁଣିବାରୁ ସେ ଶେଷରେ ଆତ୍ମହତ୍ୟାର ରାସ୍ତା ଧରିଥିଲେ | ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ସୁନଗ୍ରାହୀ ଅଞ୍ଚଳରେ | ସୂଚନା ଅନୁସାରେ ସ୍ୱାମୀ ପ୍ରଦୀପ ସ୍ତ୍ରୀର ନିର୍ଯାତନା ସହି ନ ପରି ଥାନାରେ ଅଭିଯୋଗ ପାଇଁ ଯାଇଥିଲେ | ହେଲେ ସେଠାରେ କେହି ଶୁଣି ନଥିଲେ | ଯାହା ଫଳରେ ଏସିପିଙ୍କ ଘର ଆଗରେ ବିଷ ପିଇ ପ୍ରଦୀପ ନିଜ ଜୀବନ ନେଇଯାଇଥିଲେ | ଶନିବାର ଦିନ ଏପରି ଅଭାବନୀୟ ଘଟଣା ଘଟିଥିଲା |

ପରିବାର ଲୋକଙ୍କ କହିବାନୁଯାୟୀ, ମୃତକ ପ୍ରଦୀପଙ୍କୁ ସ୍ତ୍ରୀ ବହୁତ ନିର୍ଯାତନା ଦେଉଥିଲେ | ତାଙ୍କ ସ୍ତ୍ରୀ କିଛି ଦିନ ତଳେ ସ୍ୱାମୀଙ୍କ ବିରୋଧରେ ଘରୋଇ କଳି ନେଇ ଥାନାରେ ଅଭିଯୋଗ ଦେଇଥିଲେ | ସ୍ତ୍ରୀ ମାନସିକ ନିର୍ଯାତନା ଦେବା ନେଇ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ | କିୱିନ୍ତୁ ଥାନା ଅଧିକାରୀ ତାଙ୍କ ଅଭିଯୋଗ ମାମଲା ରୁଜୁ କରିନଥିଲେ | ସେଥିପାଇଁ ମୃତକ ପ୍ରଦୀପ ଏସିପି ଅଫିସ ଯାଇଥିଲେ ହେଲେ ସେଠାରେ ସେ ଉପସ୍ଥିତ ନଥିଲେ | ପରେ ସେ ଯେତେବେଳେ ସେ ଏସିପିର ବାସଭବନକୁ ଅଭିଯୋଗ ଜଣାଇବାକୁ ଯାଇଥିଲେ ସେଠାରେ ସେ ବିଷ ପିଇ ଦେଇଥିଲେ | ପୋଲିସ ଅଧିକାରୀ ପ୍ରଦୀପକୁ ତୁରନ୍ତ ମେଡିକାଲ ନେଇଯାଇଥିଲେ | ନେବା ସମୟରେ ତାଙ୍କର ବାଟରେ ଜୀବନ ହାରିଦେଇଥିଲେ | ଏବେ ପ୍ରଦୀପଙ୍କ ଘର ଲୋକ ତଦନ୍ତ କରାଯିବା ନେଇ ଏଫଆଇର ଫାଇଲ କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *