Pratidin TV

Odisha's Digital News Platform

ଉତ୍ତରକାଶି ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବେ ଭାରତୀୟ ଯବାନ…

1 min read

ଉତ୍ତରକାଶି ଟନେଲ ଟ୍ରାଜେଡି । ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ନିରନ୍ତର ପ୍ରୟାସ । ହେଲେ ପରିସ୍ଥିତି ସୁଧୁରିବାର ନାଁ ହିଁ ନେଉନି । କ଼ାରଣ ସମସ୍ୟା ଯେତେ ଉପୁଜୁଛି, ଉଦ୍ଧାର କାର୍ଯ୍ୟ ସେତେ ବିଳମ୍ବ ହେଉଛି । ତଥାପି ମନୋବଳ ଭାଙ୍ଗି ନାହାନ୍ତି ଉଦ୍ଧାରକାରୀ ଦଳ । ବର୍ତ୍ତମାନ ଶ୍ରମିକଙ୍କୁ ଟନେଲ ଭିତରକୁ ବାହାର କରିବା ପାଇଁ ଆଗେଇ ଆସିଛି ଭାରତୀୟ ସେନା । ଅନ୍ୟ ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଇଣ୍ଡିଆନ୍ ଆର୍ମି । ପ୍ରଥମେ ଟେକନିସିଆନମାନେ ଫଶି ରହିଥିବା ଅଗର ମେସିନର କ୍ଷତିଗ୍ରସ୍ତ ଅଂଶ ବାହାର କରିବା ପରେ ସେନା ପକ୍ଷରୁ ମାନୁଆଲ ଡ୍ରିଲିଂ କରାଯିବ । ତେବେ ଏହି ଅଗର ମେସିନର କ୍ଷତିଗ୍ରସ୍ତ ପାର୍ଟ ବାହାର କରିବାକୁ ପ୍ରାୟ ଗୋଟିଏ ଦିନ ଲାଗିଯିବ ବୋଲି କୁହାଯାଉଛି । ସେପଟେ ହାଇଦ୍ରାବାଦରୁ ପ୍ଲାଜମା କଟର୍ ମେସିନ୍ ଆସି ପହଞ୍ଚିବା ପରେ ଆଜି ସକାଳୁ ପୁଣି ଥରେ ଅପରେସନ ଆରମ୍ଭ ହୋଇଛି ।

ପାରମ୍ପରିକ ପଦ୍ଧତିରେ ଉଦ୍ଧାରକାରୀ ଯବାନମାନେ ପଥର ଖୋଳିବା ଭଳି, ବାକି ପ୍ରାୟ ୧୦ରୁ ୧୨ ମିଟର ଖୋଳି ବାଟ ବାହାର କରିବେ । ଡ୍ରିଲିଂ ସରିବା ପରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ପାଇପ୍ ଲଗାଯିବ । ଯେହେତୁ ଷଷ୍ଠ ଥର ପାଇଁ ଉଦ୍ଧାରକାରୀମାନେ ଡ୍ରିଲିଂ ପ୍ରକ୍ରିୟାରେ ବାଧାର ସମ୍ମୁଖୀନ ହୋଇଛନ୍ତି, ତେଣୁ ସେମାନେ ଅବଶିଷ୍ଟ ଆବର୍ଜନାକୁ ସ୍କାନ୍ କରିବା ପାଇଁ ଗ୍ରାଉଣ୍ଡ ନେିଟ୍ରେସନ୍ ରାଡାର ବ୍ୟବହାର କରୁଛନ୍ତି । ଏଥିସହ ପାହାଡ଼ ଉପରୁ ତଳ ଆଡ଼କୁ ଏକ ଗାତ ଖୋଳି ଶ୍ରମିକଙ୍କୁ ବାହାର କରିବା ପାଇଁ ଚିନ୍ତା କରାଯାଉଛି । ଶ୍ରମିକମାନେ ଫସିଥିବା ଟନେଲ୍ ଉପରେ ସିଧାସଳଖ ୮୫ରୁ ୯୦ ମିଟର ଗାତ ଖୋଳିବାକୁ ୫ରୁ ୬ ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି । ତେବେ ଶ୍ରମିକମାନେ ଭଲରେ ଭଲରେ ଉଦ୍ଧାର ହୋଇଯାଆନ୍ତୁ ଆଉ ସେମାନେ ସେମାନଙ୍କ ଘରକୁ ଫେରନ୍ତୁ । ଏହାହିଁ ପ୍ରାର୍ଥନା କରୁଛନ୍ତି ଦେଶବାସୀ ।

Leave a Reply

Your email address will not be published. Required fields are marked *