Pratidin TV

Odisha's Digital News Platform

ଟନେଲ ଭିତରେ ଫସି ରହିଛନ୍ତି ସ୍ୱାମୀ, ବାହାରେ ଅପେକ୍ଷା କରିଛି ସ୍ତ୍ରୀ…

1 min read

ଟନେଲରେ ଫସିରହିଛି ଶ୍ରମିକଙ୍କ ଜୀବନ । ଆଜିକୁ ୯ ଦିନ ହେଲା ଟନେଲ ଭିତରେ ବଂଚିବାର ଅହରହ ସଂଘର୍ଷ ଜାରି ରହିଛି। ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୁଡଙ୍ଗ ଉପରୁ ଚାଲିଛି ଖନନ କାର୍ଯ୍ୟ । ତେବେ ଏଠାରେ ଜଣେ ଶ୍ରମିକଙ୍କ ସ୍ତ୍ରୀ ଚାହିଁ ରହିଛନ୍ତି ସ୍ୱାମୀଙ୍କ ଫେରିବା ବାଟକୁ । ସ୍ୱାମୀ କିପରି ସୁରକ୍ଷିତ ଭାବେ ଉଦ୍ଧାର ହେବେ ସେଥିଲାଗି କରୁଛନ୍ତି ପ୍ରାର୍ଥନା । ଇଏ କେଉଁ ସତ୍ୟ ଯୁଗର ସାବିତ୍ରୀ ନୁହେଁ । ଇଏ ହେଉଛନ୍ତି ଜଣେ ସାଧାରଣ ସ୍ତ୍ରୀ । ଯିଏ ସ୍ୱାମୀଙ୍କ ପାଇଁ ବାହାରେ ଅପେକ୍ଷା କରିଛନ୍ତି । ଗତ ରବିବାରରୁ ଟନେଲ ଭିତରେ ୪୧ ଜଣ ଶ୍ରମିକ ଫସି ରହିଥିବା ବେଳେ ତାଙ୍କ ମଧ୍ୟରେ ରହିଛନ୍ତି ବିରେନ୍ଦ୍ର କିସ୍କୁ । ଏବେ ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ତ୍ରୀ ରଜନୀ ଟୁଡୁ ଘୋର ଚିନ୍ତାରେ । ସ୍ୱାମୀ ସୁରକ୍ଷିତ ଉଦ୍ଧାର ହେବା ଯାଏ ସୁଡଙ୍ଗ ନିକଟରେ ବସି ରହିବେ ବୋଲି ସେ କହିଛନ୍ତି । ଦୀପାବଳୀ ଦିନକ ପୂର୍ବରୁ ସେ ସ୍ୱାମୀଙ୍କ ସହିତ କଥା ହୋଇଥିଲେ , ଆଉ ଦୀପାବଳୀ ଦିନ ସ୍ୱାମୀଙ୍କ ଫୋନକୁ ଅପେକ୍ଷା କରିଥିଲେ । କିନ୍ତୁ ତାଙ୍କର ଫୋନ ଆସିନଥିଲା । ଆଉ ଏହାପରେ ସ୍ତ୍ରୀ ଖବର ପାଇଥିଲା ସ୍ୱାମୀ ଟନେଲ ଭିତରେ ଫସି ରହିଛନ୍ତି । ଏବେସେ ସ୍ୱାମୀଙ୍କ ପାଇଁ ଟନେଲ ପାଖରେ ଅପେକ୍ଷା କରିବେ ବୋଲି କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *