Pratidin TV

Odisha's Digital News Platform

ମାତ୍ର ୫ମିଟର ଦୂରରେ ରହିଛନ୍ତି ୪୧ ଶ୍ରମିକ,କିଛି ଘଣ୍ଟା ଭିତରେ ଟନେଲ ବାହାରକୁ ଆସିବେ ଶ୍ରମିକ

ବିତିଗଲାଣି ୧୭ ଦିନ କିନ୍ତୁ ଏବେ ବି ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଆଜି କାଲି କହି ଗଡି ଚାଲିଛି ଦିନ । ସେପେଟ ଜୋରସୋରରେ ଚାଲିଛି ଟନେଲ ରେସୁକ୍ୟ ଅପରେସନ। ତେବେ ଶୁଣିବାକୁ ମିଳୁଛି ଖୁବଶୀଘ୍ର ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକ ଉଦ୍ଧାର ହେବେ । ଆଉ ମାତ୍ର ୫ମିଟର ସୁଡଙ୍ଗ ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ । ଜୋରସୋରରେ ଚାଲିଛି ମାନୁଆଲ୍ ଡ୍ରିଲିଂ। ୧୨ ଜଣିଆ ରାଟ୍ ହୋଲ୍ ମାଇନରମାନେ ଜୋରସୋରରେ ଖନନ କାମରେ ଲାଗିଛନ୍ତି । ଗତକାଲି ଠାରୁ ହାତରେ ଟନେଲ ଖୋଳା ଚାଲିଛି ।ଗତକାଲିଠାରୁ ହାତରେ ୨ ମିଟରରୁ ଅଧିକ ଲମ୍ବର ସୁଡ଼ଙ୍ଗ ଖୋଳା ହୋଇଛି ।

ମୋଟ ୫୨ ସରିଲାଣି ସୁଡ଼ଙ୍ଗ ଖୋଳା କାମ । ଆଉ ମାତ୍ର ୫ ମିଟର ଥିବାରୁ ଆଜି ରାତି ଭିତରେ ହିଁ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ନେଇ ଆଶା ପ୍ରକାଶ ପାଇଛି ।ସେପଟେ ଅନ୍ୟ ବିକଳ୍ପ ଭାବେ ପାହାଡ଼ ଉପରୁ ମଧ୍ୟ ଭର୍ଟିକାଲ ଡ୍ରିଲିଂ ଚାଲିଛି । ଭର୍ଟିକାଲ୍ ଡ୍ରିଲିଂ ୪୪ ମିଟର ଯାଏଁ ଖୋଳା ସରିଛି । ଏହି ପଦ୍ଧତିରେ ୮୬ ମିଟର ଖୋଳିବାକୁ ପଡ଼ିବ ଓ ଏଥିପାଇଁ ମଧ୍ୟ ୩ ଦିନ ଲାଗିପାରେ । ତେବେ ହରିଜଣ୍ଟାଲ ଡ୍ରିଲିଂକୁ ଆଉ ମାତ୍ର ୫ ମିଟର ଥିବାରୁ ଉଦ୍ଧାର ଆଶା ଉଜ୍ଜ୍ୱଳ ହୋଇଛି ।ଆଜି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

Leave a Reply

Your email address will not be published. Required fields are marked *