Pratidin TV

Odisha's Digital News Platform

(ଭିଡିଓ) ଶ୍ରମିକଙ୍କ ପାଇଁ ଟନେଲ ବାହାରା ଲାଗିଛି ଆମ୍ବୁଲାନ୍ସର ଲାଇନ, ଉଦ୍ଧାର କରାଯାଇ ନିଆଯିବ ହସ୍ପିଟାଲ..

ସମୟ ସହ ସାରା ଦେଶର ବଢିଚାଲିଛି ଉତ୍କଣ୍ଠା । ଉତ୍ତରକାଶୀ ଟନେଲ ତଳୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାରରେ ପ୍ରୟାସ । ଆଉ ମାତ୍ର କିଛି ଘଣ୍ଟାର ଅକ୍ଷୋ । କୌଣସି ସମୟରେ ବି ଟନେଲ ବାହାରକୁ ବାହାରିବେ ୪୧ ଶ୍ରମିକ । ଯେମିତି ସେହି ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବ ସେମିତି ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ସେଥିପାଇଁ ସମସ୍ତ ପ୍ରୟାସ ସରିଛି । ଟନେଲ ନିକଟରେ ୪୧ଟି ଆମ୍ବୁଲାନ୍ସ ଅପେକ୍ଷା କରି ରହିଛି । ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବ ।

ଉତ୍ତରାଖଣ୍ଡର ଭୁଶୁଡି ପଡିଥିବା ଟନେଲ ତଳେ ଦୀର୍ଘ ୧୬ ଦିନ ହେବ ଶ୍ରମିକମାନେ ଫସି ରହିଛନ୍ତି । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏକ ବଡ ଚ୍ୟାଲେଞ୍ଜ ଥିଲା । ଅଗର ମେସିନ ସୁଡଙ୍ଗ ଭିତରେ ଭାଙ୍ଗିଯିବା ପରେ ସମସ୍ତେ ଏକ ପ୍ରକାର ନିରାଶ ହୋଇପଡିଥିଲେ ।

ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟନେଲଠୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏଥିପାଇଁ ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର କରାଯାଇଛି । ହସ୍ପିଟାଲରେ ମଧ୍ୟ ୪୧ଟି ଅମ୍ଳଜାନଯୁକ୍ତ ବେଡ ବ୍ୟବସ୍ଥା ରହିଛି । ଏଥିସହ ପ୍ରତ୍ୟେକ ଶ୍ରମିକଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି ।

Leave a Reply

Your email address will not be published. Required fields are marked *