Pratidin TV

Odisha's Digital News Platform

୧୧ଦିନର ଅନ୍ଧକାର ପରେ, ଆଲୋକକୁ ଆସିବେ ଟନେଲରେ ଫସିଥିବା ଶ୍ରମିକମାନେ…

1 min read

ଉତ୍ତରକାଶିର ଟନେଲ ଦୁର୍ଘଟଣାକୁ ବିତିଗଲାଣୀ ୧୧ ଦିନ । ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ଉଦ୍ଦାରକାରୀ ଟିମ । ଆଉ ଏହାରୀ ଭିତରେ ଫସି ରହିଥିବା ଶ୍ରମିକ ମାନଙ୍କ ପାଇଁ ଖୁସି ଖବର । ଦୀର୍ଘ ୧୧ଦିନର ଅନ୍ଧକାର ପରେ ଆଲୋକକୁ ଆସିବେ ଟନେଲରେ ଫସିଥିବା ଶ୍ରମିକ ମାନେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ଉଦ୍ଧାର କରାଯିବା ନେଇ ବୁଧବାର ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଅଧିକାରୀ । ବର୍ତ୍ତମାନ ସୁଦ୍ଧା ଟନେଲର ୩୯ ମିଟର ପର୍ଯ୍ୟନ୍ତ ଖନନ କରାଯାଇ ୮୦୦ ମିମି ପାଇପ୍ ମଧ୍ୟ ଭର୍ତ୍ତି କରାଯାଇଛି । ସମୁଦାୟ ୫୭ ରୁ ୬୦ ମିଟର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ଉଦ୍ଧାରକାରୀ ଟିମର ସଦସ୍ୟ କହିଛନ୍ତି । ଆହୁରୀ ମଧ୍ୟ କହିଛନ୍ତି ଯେ ଯଦି କୈାଣସି ପ୍ରତିବନ୍ଧକ ନଥାଏ, ତେବେ ଆଜି ରାତିରେ କିମ୍ବା ଆସନ୍ତାକାଲି ସକାଳେ ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇପାରେ ।

ତେବେ ଗତକାଲି ଫସି ରହିଥିବା ଶ୍ରମିକ ମାନଙ୍କର ଭିଡିଓ ସାମ୍ନାକୁ ଆସିଥିଲା । ସେହି ଭିଡିଓରେ ଦେଖାଯାଇଥିଲା ଯେ ଶ୍ରମିକ ମାନେ ସୁରକ୍ଷିତ ଅଛନ୍ତି ବୋଲି । ସେମାନଙ୍କ ମନୋବଳକୁ ଦୃଢ କରିବା ପାଇଁ ଉଦ୍ଧାର କାରୀ ଟିମ ବାର୍ତ୍ତାଳାପ କରିଥିଲେ । ଆଉ ସେମାନଙ୍କୁ ପାଇପ ସାହାର୍ଯ୍ୟରେ ରନ୍ଧା ଖାଦ୍ୟ ମଧ୍ୟ ଯୋଗଇ ଦିଆଯାଇଥିଲା । ତେବେ ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା, NDRF, SDRF, BRO, NHIDCL, ଉତ୍ତରାଖଣ୍ଡ ପୋଲିସ, SJVNL, RVNL, ଲାରସେନ୍ ଆଣ୍ଡ ଟୁବ୍ରୋ, THDC, ବିପର୍ଯ୍ୟୟ ପରିଚାଳନା ବିଭାଗ, ଜିଲ୍ଲା ପ୍ରଶାସନ, ONGC, ITBP,, ରାଜ୍ୟ PWD, DRDO, ପରିବହନ ମନ୍ତ୍ରଣାଳୟ, ଗୃହ ସୁରକ୍ଷା କର୍ମୀମାନେ ଜଡିତ ଅଛନ୍ତି ।

Leave a Reply

Your email address will not be published. Required fields are marked *