Pratidin TV

Odisha's Digital News Platform

ଅନ୍ଧାରୀ ସୁଡଙ୍ଗ ଭିତରୁ ଉଦ୍ଧାର ହେଲେ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ …

ଦୀର୍ଘ ୧୭ ଦିନ ପରେ ସୂର୍ଯ୍ୟଦୟ ଦେଖିବେ । ଅନ୍ଧାରୀ ସୁଡଙ୍ଗ ଭିତରୁ ଉଦ୍ଧାର ହେଲେ ଶ୍ରମିକ । ବ୍ୟର୍ଥ ଗଲାନି କୋଟି କୋଟି ଦେଶବାସୀଙ୍କ ପ୍ରାର୍ଥନା । ଅନ୍ଧାରୀ ଟନେଲରୁ ଫେରିଲା ଜୀବନ । ପ୍ରତି ମୁହୁର୍ତ୍ତରେ ଆହ୍ୱାନ ସାମ୍ନା କରି ଉଦ୍ଧାର ହୋଇଛନ୍ତି ଶ୍ରମିକ । କେତେବେଳେ ମଣିଷ ଥକି ।ଉଥିଲା । ଆଉ କେତେବେଳେ ମେସିନ୍ ନଇଁ ଯାଉଥିଲା । ଆଉ ଏହାରି ଭିତରେ ବନ୍ଧକ ଭଳି ଅଟକି ରହିଥିଲେ ୪୧ ଶ୍ରମିକ । ଏହାରି ଭିତରେ ଆସିଲା ଖୁସି ଖବର । ଏବେ ସୁଦ୍ଧା ଉଦ୍ଧାରହେଲେ ୫ ଶ୍ରମିକ । ବର୍ତ୍ତମାନ ଟନେଲ୍ ଭିତରୁ ଶ୍ରମିକକୁ ଉଦ୍ଧାର କରାଯାଉଛି । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅଣାଗଲା । ବହୁ ବାଧା ବିଘ୍ନକୁ ସାମ୍ନା କରି ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି । ହୁଏତ ଆଜି ହିଁ ସେମାନଙ୍କ ପାଇଁ ହୋଇପାରେ ଦୀପାବଳି ।

Leave a Reply

Your email address will not be published. Required fields are marked *