ବଢୁଛି ଯୋଶୀମଠ ବିପଦ : ୮୪୯ କୁ ବୃଦ୍ଧି ପାଇଲା କ୍ରାକ୍ ହାଉସ୍, ଭୟଭୀତ ଲୋକ..
1 min readଉତ୍ତରାଖଣ୍ଡ : ବଢୁଛି ଯୋଶୀମଠ ସଙ୍କଟ । ଦିନକୁ ଦିନ ସହରରେ ବଢୁଛି ଫାଟ । ବିପଦରେ ଜେପି କଲୋନୀ । ଏବେ ବି ବିପଦ ସଙ୍କୁଳ ଅବସ୍ଥାରେ ଦିନ କାଟୁଛନ୍ତି ଲୋକ । ଉତରାଖଣ୍ଡର ଯୋଶୀମଠରେ ଗୋଟିଏ ପରେ ଗୋଟିଏ ସଙ୍କଟ ବୃଦ୍ଧି ପାଉଛି । ଘର, ଦୁଇଟି ହୋଟେଲ ପରେ, ବର୍ତମାନ ଏକ ସମ୍ପୂର୍ଣ୍ଣ କଲୋନୀ ଦବିବାକୁ ଲାଗିଛି ।
ଏଠାରେ ଥିବା ୩୦ ଘରରେ ଫାଟ ସୃଷ୍ଟି ହେବା ପରେ ଏହାକୁ ଭାଙ୍ଗିବାକୁ ନିଷ୍ପତି ନିଆଯାଇଛି । ଜେପି କଲୋନି ଯାଂଚ ପରେ ଏହା ଜଣାପଡିଛି, ଘର ଗୁଡିକରେ ଏତେ ଫାଟ ସୃଷ୍ଟି ହୋଇଛି ଯେ ଏହାର ମରାମତି ହୋଇପାରିବ ନାହିଁ । ବିପଦକୁ ଦୃଷ୍ଟିରେ ରଖି କଲୋନୀର ନଷ୍ଟ ହୋଇଥିବା କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯୋଶୀମଠରେ ଫାଟ ଥିବା ଘର ସଂଖ୍ୟା ୮୪୯କୁ ବୃଦ୍ଧି ପାଇଛି । ୧୬୫ ଘର ଅସୁରକ୍ଷିତ ବୋଲି ଚିହ୍ନିତ ହୋଇଛି । କ୍ରାକ୍ ଥିବା ଘରଗୁଡ଼ିକର ସଂଖ୍ୟା ବୃଦ୍ଧି ଉପରେ ସେଠାରେ ସର୍ଭେ କାର୍ଯ୍ୟ ଚାଲିଛି ।