Pratidin TV

Odisha's Digital News Platform

ଅନ୍ଧାର ସୁଡଙ୍ଗ ଭିତରେ ଓଡିଆ ଇଞ୍ଜିନିୟର ; ପୁଅକୁ ଦେଖିବାକୁ ୧୨ ଦିନ ହେବ ଟିଭି ଖୋଲି ବସିରହିିଛିି ପରିବାର ….

1 min read

ଭଦ୍ରକ ; ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡିକୁ ୧୨ ଦିନ ପୁରୁଥିବା ବେଳେ ସାମ୍ନାକୁ ଆସିଛନ୍ତି ଆଉ ଜଣେ ଓଡିଆ । ଯିଏ ବର୍ତ୍ତମାନ ସେହି ୪୧ ଶ୍ରମିକଙ୍କ ସହ ଟନେଲ ମଧ୍ୟରେ ଫସିଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାମକୃଷ୍ଣପୁର ପଞ୍ଚାୟତ ଚାଲିଶଚେନ ଗ୍ରାମର ତପନ ମଣ୍ଡଳ । ଯିଏକି ଜଣେ ମେକାନିକାଲ ଇଞ୍ଜିନିୟର ଭାବେ ନବଯୁଗ ଇଞ୍ଜିନିୟରିଂ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି ଟନେଲ ପ୍ରୋଜେକ୍ଟରେ କମ୍ପାନୀଟି ନେଇଥିବାରୁ ତପନଙ୍କ ସହ ଅନ୍ୟ କର୍ମଚାରୀ ମାନେ ସେଠାରେ କାର୍ଯ୍ୟ କରୁଥିଲେ । ତେବେ ତପନଙ୍କ ବଡ ଭାଇ ସପନ ମଧ୍ୟ ଏହି ଟନେଲ ପ୍ରୋଜେକ୍ଟରେ ସାମିଲ ଥିଲେ । କିନ୍ତୁ ସେ ଟନେଲ ବାହରେ କାର୍ଯ୍ୟ କରୁଥିବାରୁ ସେହି ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ । ବର୍ତ୍ତମାନ ଉକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ସୁଡଙ୍ଗ ମଧ୍ୟକୁ ଖୁବ୍ ଶୀଘ୍ର ୪୧ ଶ୍ରମିକଙ୍କୁ ଟନେଲ ମଧ୍ୟରୁ ବାହରକରିବାକୁ ସରକାର ସବୁ ଉଦ୍ୟାମ ଜାରି ରଖିଛନ୍ତି ।

ଟନେଲ ଭିତରେ ଡ୍ରିଲିଂ କାର୍ଯ୍ୟ ଜାରି ରହିଛି। ଆଉ ମାତ୍ର ୧୨ ମିଟର ଡ୍ରିଲିଂ ବାକି ଅଛି। ମୋଟ ୩୯ ମିଟର ଡ୍ରିଲିଂ କାମ ସରିଛି। ଡ୍ରିଲିଂ କାମ ସରିବା ପରେ ଏହି ରେସ୍‌କ୍ୟୂ କାମରେ ୨ଟି ରୋବଟ୍ ସାମିଲ କରାଯିବ ।

Advertisement

ଡିଆର୍ଡିଓ ପକ୍ଷରୁ ରେସ୍କ୍ୟୁରେ ସହାୟତା କରିବା ପାଇଁ ଦୁଇଟି ରୋଭର୍ ବା ରୋବୋଟ୍ ପଠାଯାଇଛି। ପ୍ରଥମ ରୋଭର୍ର ନାଁ ହେଲା CONFINED SPACE ROV ଅର୍ଥାତ୍ ଦକ୍ଷ ମିନି ଓ ଦ୍ୱିତୀୟଟି ହେଲା SURVERILLANCE ROV ଅର୍ଥାତ୍ ଦକ୍ଷ ସ୍କାଉଟ୍।ଏହି ରୋବଟ୍ର ବ୍ୟବହାର ଆଇଇଡିକୁ ହ୍ୟାଣ୍ଡେଲ୍ କରିବାକୁ କରାଯାଏ, ଯାହା ବ୍ୟାଟେରୀ ସହାୟତାରେ ୨ ଘଣ୍ଟା ଚାଲିପାରିବ। ଏହାର ରେଞ୍ଜ ୨୦୦ ମିଟର ରହିଛି। ରୋବଟ୍ ଦୁଇଟି ମ୍ୟାନିପୁଲେଟର୍ ଆର୍ମ ଜରିଆରେ ୨୦ କିଲୋଗ୍ରାମ ଯାଏ ଜିନିଷ ଉଠାଇପାରିବ। ଏଥିରେ ହାଇ ରିଜୋଲ୍ୟୁଶନ୍ କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି।ବୋମା ଡିଫ୍ୟୁଜ କରିବା ପାଇଁ ମଧ୍ୟ ଏହି ରୋବଟ୍ ଗୁଡିକୁ ବ୍ୟବହାର କରାଯାଏ। ଏହା ଯେକୌଣସି ପ୍ରକାରର ଭୂମିରେ ଚାଲିପାରିବ, ପାହାଚ ଚଢ଼ି ଓ ଓହ୍ଲାଇପାରିବ ମଧ୍ୟ। ଆଗ ଏବଂ ପଛକୁ ଦେଖିବା ପାଇଁ ଏଥିରେ କ୍ୟାମେରା ଖଞ୍ଜା ଯାଇଛି। ଦିନ ଓ ରାତିରେ ଯେକୌଣସି ସମୟରେ ଏହି କ୍ୟାମେରା କାମ କରିବ।

Leave a Reply

Your email address will not be published. Required fields are marked *