Pratidin TV

Odisha's Digital News Platform

ଉତ୍ତରକାଶୀ ଟନେଲ ଟ୍ରାଜେଡି ; ଟନେଲ ପାଇଁ ଭାଙ୍ଗିଥିଲା ମନ୍ଦିର , ୪୧ ଶ୍ରମିକଙ୍କ ଜୀବନ ପାଇଁ ପୁଣି ପ୍ରତିଷ୍ଠା ….

1 min read

ଉତ୍ତରାଖଣ୍ଡ ; ଉତ୍ତରକାଶୀର ଟନେଲ ଟ୍ରାଜେଡିକୁ ବିତିଲା ୯ ଦିନ । ଏଯାଏଁ ଉଦ୍ଧାର ହୋଇପାରିନାହାନ୍ତି ୪୧ ଶ୍ରମିକ । ସିଲ୍କିରାଟନେଲ ଭିତରେ ଶୁଭୁଛି ଖାଲି ବିକଳ ଚିକ୍‌ôାର । ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି । ଯେତିକି ଖୋଳୁଛନ୍ତି, ମାଟି ଅତଡ଼ା ଧସି ପୁଣି ସେତିକି ବନ୍ଦ ହୋଇ ଯାଉଛି । ତେବେ ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଦେବତାଙ୍କ କୋପ ପାଇଁ ଭୁସୁଡିଛି ସେହି ଟନେଲ । ଯେଉଁଦିନ ଏହି ଘଟଣା ଘଟିଲା ଠିକ୍ ସେହିଦିନ ଟନେଲ ନିର୍ମାଣ ପାଇଁ ଏହି ଅଞ୍ଚଳର ରକ୍ଷକ ଭାବେ ବିବେଚିତ ସ୍ଥାନୀୟ ଦେବତା ବୌଖନାଗଙ୍କ ମନ୍ଦିରକୁ ଉଚ୍ଛେଦ କରାଯାଇଥିଲା ।

ଗାଁ ଲୋକେ ଏବେ କହୁଛନ୍ତି, ‘ଦେବତାଙ୍କ କ୍ରୋଧ ହିଁ ସୁଡ଼ଙ୍ଗ ଭୁଶୁଡ଼ିବାର କାରଣ’ । ଦେବତାଙ୍କୁ ଶାନ୍ତ କରା ନଗଲେ ଉଦ୍ଧାର କାର୍ଯ୍ୟରେ କୌଣସି ସୁଫଳ ମିଳିବ ନାହିଁ ବୋଲି ଗ୍ରାମବାସୀମାନେ ବିଶ୍ୱାସ କରନ୍ତି । ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ସୁଡ଼ଙ୍ଗ ପ୍ରବେଶ ପଥ ନିକଟରେ ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଥିଲା । ସ୍ଥାନୀୟ ବିଶ୍ୱାସକୁ ସମ୍ମାନ ଦେଇ ପୂର୍ବତନ ଅଧିକାରୀ ଓ କର୍ମଚାରୀମାନେ ଦିନର କାମ ଆରମ୍ଭ କରିବା ପୂର୍ବରୁ ସେଠାରେ ପୂଜାର୍ଚ୍ଚନା କରୁଥିଲେ । କିଛି ଦିନ ତଳେ ନୂଆ ପ୍ରଶାସନ ମନ୍ଦିରକୁ ହଟାଇ ଦେଇଥିବାରୁ ଏହି ଅଘଟଣ ଘଟିଛି ବୋଲି ସମସ୍ତେ କହୁଛନ୍ତି । ଗ୍ରାମବାସୀମାନେ ଅଧିକାରୀମାନଙ୍କୁ ମନ୍ଦିରକୁ କ୍ଷତି ନ ପହଞ୍ଚାଇବାକୁ କିମ୍ବା ଏହା କରିବା ପୂର୍ବରୁ ନିକଟରେ ଆଉ ଏକ ନିର୍ମାଣ କରିବାକୁ କହିଥିଲେ । ହେଲେ ସେମାନେ ଗ୍ରାମବାସୀଙ୍କ କଥାକୁ ବେଖାତିର କରିଥିଲେ, ଆଉ ଅନ୍ଧବିଶ୍ୱାସୀ ଭାବିଥିଲେ । ପୂର୍ବରୁ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା କିନ୍ତୁ ଧାର୍ମିକ ରୀତିନୀତି ପାଳନ କରାଯାଉଥିବାରୁ ଜଣେ ବି ଶ୍ରମିକ କ୍ଷତିଗ୍ରସ୍ତ ହୋଇନଥିଲେ । ବୌଖନାଗ ଦେବତାଙ୍କ ପୂଜକ ଉତ୍ତରାଖଣ୍ଡକୁ ଦେବଭୂମି ବୋଲି କୁହାଯାଏ । କୌଣସି ପୋଲ, ରାସ୍ତା କିମ୍ବା ସୁଡ଼ଙ୍ଗ ନିର୍ମାଣ କରିବା ପୂର୍ବରୁ ସ୍ଥାନୀୟ ଦେବତାଙ୍କ ଆଶୀର୍ବାଦ ନେବା ପାଇଁ ତାଙ୍କର ଏକ ଛୋଟ ମନ୍ଦିର ସ୍ଥାପନ କରିବାର ପରମ୍ପରା ରହିଛି । ପରମ୍ପରାକୁ ଅଣଦେଖା କରି ନିର୍ମାଣ କମ୍ପାନୀ ବଡ଼ ଭୁଲ କରିଛି । ଦେବତା ପ୍ରସନ୍ନ ହେଲେ ଶ୍ରମିକଙ୍କୁ ଉଦ୍ଧାର ଅଭିଯାନ ସଫଳ ହେବ ବୋଲି ସମସ୍ତେ କହିଛନ୍ତି ।

ଏହାପରେ ପୁଣିଥରେ ଆଜି ସକାଳୁ ଟନେଲ ଆଗରେ ଅସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ପୁରୋହିତଙ୍କ ଦ୍ୱାରା ତାକୁ ପୂଜା ଅର୍ଚ୍ଚନା କରାଯାଇଛି । ଆଉ ଗ୍ରାମବସୀଙ୍କ ବିଶ୍ୱାସ ଅନୁଯାୟୀ ଏହାପରେ ନିଶ୍ଚିତ ଉଦ୍ଧାର ହେବେ ଶ୍ରମିକ । ଅନ୍ୟପଟେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜିନ୍ଦଗୀ ଆରମ୍ଭ କରିଦେଇଛନ୍ତି ସରକାରା । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଟନେଲ ଉପର ପଟୁ ସୁଡଙ୍ଗ କରାଯାଇ ୪୧ ଶ୍ରମିକଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯିବ ।

Leave a Reply

Your email address will not be published. Required fields are marked *