Pratidin TV

Odisha's Digital News Platform

ଉତ୍ତର ପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା : PMAY ଟଙ୍କା ନେଇ ପ୍ରେମିକ ସହ ଫେରାର ହୋଇଗଲେ ୪ ବିବାହିତ ମହିଳା..

ଉତ୍ତରପ୍ରଦେଶ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସାମ୍ନାକୁ ଆସିଲା ଅବିଶ୍ୱସନୀୟ ସତ । ଚଗଇଣ ଟଙ୍କା ନେଇ ପ୍ରେମିକ ସହ ଫେରାର ହେଲେ ୪ ଜଣ ବିବାହିତ ମହିଳା । କାର୍ଯ୍ୟ ଆରମ୍ଭ କରିବାକୁ ନେଇ ଅଡୁଆରେ ସ୍ୱାମୀ । ଉତରପ୍ରଦେଶରେ ୪ ବିବାହିତା ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ନେଇ ନିଜ ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି ।

ଘଟଣାରେ ସମ୍ପୃକ୍ତ ମହିଳାମାନେ ଉତରପ୍ରଦେଶର ବେଲହରା, ବାଙ୍କି, ଜେଦପୁର ଏବଂ ସିଦ୍ଧଉର ଜିଲାର ବୋଲି ଜଣାପଡ଼ିଛି । ପିଏମ୍‌ଏୱାଇର ପ୍ରଥମ ପାଳିରେ ୫୦ହଜାର ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲେ ସୁଦ୍ଧା ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀମାନେ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି । କାରଣ ଜିଲ୍ଲା ସହରାଂଚଳ ଉନ୍ନୟନ ଏଜେନ୍ସି ଅଫିସର ସୌରଭ ତ୍ରିପାଠୀ ନୋଟିସ୍ ଜାରି କରି ଘର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୋଟିସ୍ ପାଇବା ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀମାନେ ଅଫିସରଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସବୁ କଥା ଜଣାଇଥିଲେ । ଏଥିସହ ଯୋଜନା ନେଇ ପଠାଯିବାକୁ ଥିବା ଦ୍ୱିତୀୟ ପାଳି କିସ୍ତି ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ନ ପଠାଇବା ଲାଗି ସେମାନେ ଅଫିସରଙ୍କୁ ସତର୍କ କରିଥିଲେ । ଉକ୍ତ ମହିଳାମାନଙ୍କଠାରୁ ଟଙ୍କା କିପରି ଭାବେ ଫେରସ୍ତ ମିଳିବ ସେ ନେଇ ସରକାରୀ ସ୍ତରରେ କାର୍ଯ୍ୟ ଚାଲିଥିବା ଡିୟୁଡିଏ ଅଫିସର କହିଛନ୍ତି । ଆର୍ôଥକ ସ୍ତରରେ ପଛୁଆ ଏବଂ ନିମ୍ନ ମଧ୍ୟବିତ ପରିବାରକୁ ଉତମ ବାସଗୃହ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରାଯାଇଛି । ଯୋଜନା ଅନ୍ତର୍ଗତ ପରିବାରର ମହିଳାଙ୍କ ଖାତାଙ୍କୁ ହିଁ ଏହି ଟଙ୍କା ପଠାଯାଇଥାଏ ।

Leave a Reply

Your email address will not be published. Required fields are marked *