Pratidin TV

Odisha's Digital News Platform

ରାଜ୍ୟରେ ଏ୍‌ଯାଏ ୮୭% ଲୋକେ ନେଇନାହାନ୍ତି ବୁଷ୍ଟର ଡୋଜ୍ ,ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ

1 min read

ଭୁବନେଶ୍ୱର : ରାଜ୍ୟରେ କରୋନା ବୈନିକ ସଂକ୍ରମଣରେ ବ୍ରେକ୍ ଲାଗୁନଥିଲା ବେଳେ ,ଏପଟେ ଚିନ୍ତା ଘାରିଲାଣି ସ୍ୱାସ୍ଥ ବିଭାଗ ପକ୍ଷକୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ୍ ନେଇନାହାନ୍ତି । ଅର୍ଥାତ୍ ୨ କୋଟି ୮୪ ଲକ୍ଷ ଲୋକେ ବୁଷ୍ଟର ଡୋଜ୍ ନେଇନଥିବା ବେଳେ ଏଯାଏ ମାତ୍ର ୪୨ ଲକ୍ଷ ୭୦ ହଜାର ୪୮୭ ଜଣ ବୁଷ୍ଟର ଡୋଜ୍ ନେଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଲୋକେ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ତେବେ ଏ୍‌ଯାଏ ମାତ୍ର ୬ ଜିଲ୍ଲାରେ ପ୍ରଥମ ଡୋଜ୍ ଟିକାକରଣ ୯୦ ପ୍ରତିଶତରୁ କମ୍ ହୋଇଛି । ସେହି ଜିଲ୍ଲାଗୁଡିକ ହେଲା – କଟକ,ପୁରୀ,ଖୋର୍ଦ୍ଧା,ଜଗତସିଂହପୁର,
ସୁନ୍ଦରଗଡ ଏବଂ ଅନୁଗୁଳ ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେବା ସହ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ , ରାଜ୍ୟରେ ସମସ୍ତ ସରକାରୀ ଟିକା କେନ୍ଦ୍ରରେ ବିନମୂଲ୍ୟରେ ସମସ୍ତ ଟିକା ଉପଲବ୍ଦ ଅଛି ଯିଏ ଯେତେ ଶ୍ରୀଘ୍ର ପାରିବେ ଆଶି ନିଜର ଟିକାକରଣ କରେଇପାରିବେ । ଏହା ଆମ ସମସ୍ତଙ୍କ ପାଇଁ ଭଲ ।

Advertisement

Leave a Reply

Your email address will not be published. Required fields are marked *