Pratidin TV

Odisha's Digital News Platform

କେବଳ ମଣିଷ ନୁହନ୍ତି ପଶୁଙ୍କ ପାଇଁ ମଧ୍ୟ ଆସିଲା କରୋନା ଟିକା: ପ୍ରଥମ ଦେଶ ଭାବରେ ତିଆରି କରି ରେକର୍ଡ କଲା ଭାରତ

1 min read

MOSCOW, RUSSIA - JANUARY 19, 2021: A Cardigan Welsh Corgi dog is vaccinated at an animal health center in northern Moscow. Gavriil Grigorov/TASS Ðîññèÿ. Ìîñêâà. Ñîáàêà ïîðîäû êîðãè âî âðåìÿ ïëàíîâîé âàêöèíàöèè íà ñòàíöèè ïî áîðüáå ñ áîëåçíÿìè æèâîòíûõ Ñåâåðíîãî àäìèíèñòðàòèâíîãî îêðóãà ñòîëèöû. Ãàâðèèë Ãðèãîðîâ/ÒÀÑÑ

ନୂଆଦିଲ୍ଳୀ: ଏବେ ପଶୁ ବି କରୋନା ଠାରୁ ସୁରକ୍ଷିତ ରହିବେ । ଭାରତରେ ଏବେ ପଶୁଙ୍କ ପାଇଁ ମଧ୍ୟ କରୋନା ଭାକ୍ସିନ ତିଆରି ହୋଇଛି । ଏହି ଭାକ୍ସିନ୍ ସଂପୂର୍ଣ୍ଣ ଭାବେ ସ୍ୱଦେଶୀ, ଯାହାକୁ ହରିଆଣା ସ୍ଥିତ ଆଇସିଏଆର-ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ୍ ଇକ୍ୱିନ୍ସ(ଏନଆରସି) ତିଆରି କରିଛି। ଏହି ଭାକ୍ସିନ ନାଁ ( Anocovax) ଆନୋକୋଭାକ୍ସ। ଏହି ଭାକ୍ସିନ୍ର ବିଶେଷତ୍ୱ ଏହା କି, ଏହି କରୋନାର ଡେଲଟା ଓ ଓମିକ୍ରନ ଭାରିଆଣ୍ଟ ପାଇଁ ପ୍ରଭାବଶାଳୀ। ଭାକ୍ସିନ ସହ ହିଁ ପଶୁଙ୍କ ପାଇଁ ଆଣ୍ଟିବଡ଼ି ଡିଟେକ୍ସନ କିଟ୍କୁ ମଧ୍ୟ ଲଞ୍ଚ କରାଯାଇଛି ।

ଆଇସିଏଆରର ଦାବି କି, ଆନୋକୋଭାକ୍ସ ପଶୁଙ୍କ ଠାରେ କରୋନା ବିରୋଧରେ ଇମ୍ୟୁନିଟି ତିଆରି କରିବାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏହି ଭାକ୍ସିନରେ କରୋନାର ଡେଲଟା ଆଣ୍ଟିଜେନ ଓ ସହାୟକ ପାଇଁ ଅଲହାଇଡ୍ରୋଜେଲ ମିଶାଯାଇଛି। ମୁଖ୍ୟ କଥା ଏହା କି, ଏହି ଭାକ୍ସିନ କୁକୁର , ମୂଷା , ଚିତା , ସିଂହଓ ଠୋକୁଆ ଉପରେ ପ୍ରଭାବୀ ଅଟେ।

Advertisement

ଏହି ଭାକ୍ସିନ ସହ ପଶୁଙ୍କ ଠାରେ କରୋନା ବିରୋଧରେ ଆଣ୍ଟିବଡ଼ି ବିଷୟରେ ଜାଣିବାକୁ ଏକ ଡିଟେକ୍ସନ କିଟ୍ ମଧ୍ୟ ଲଞ୍ଚ୍ କରାଯାଇଛି । ଆନୋକୋଭାକ୍ସ-୨ ର ନାମରେ ଲଞ୍ଚ୍ ହୋଇଥିବା ଏହି କିଟ୍ ମଧ୍ୟ ଭାରତରେ ହିଁ ତିଆରି ହୋଇଛି । ଆଇସିଏଆର ଦାବି କି, ଏବେସୁଦ୍ଧା ବଜାରରେ କୌଣସି ବି ଏମିତି ଆଣ୍ଟିବଡ଼ି ଡିଟେକ୍ସନ କିଟ୍ ଉପଲବ୍ଧ ନାହିଁ ।

Leave a Reply

Your email address will not be published. Required fields are marked *