Pratidin TV

Odisha's Digital News Platform

Valentine’s Dayରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ୫ ଲକ୍ଷ …..

1 min read

ରାଜସ୍ଥାନ : ଭାଲେଂଟାଇନ୍ସ ଡେ ଅବସରରେ ନିଆରା ପଦକ୍ଷେପ । ପ୍ରେମ ଯୋଡିଙ୍କ ବିବାହକୁ ସହଜ କରିବା ପାଇଁ ନୂଆ ଘୋଷଣା । ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ୫ ଲକ୍ଷ ଟଙ୍କା । ଭାଲେଂଟାଇନ୍ସ ଡେ ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଏକ ନିଆରା ପଦକ୍ଷେପ ନେଇଛନ୍ତି । ପ୍ରେମ ଯୋଡିଙ୍କ ପ୍ରେମ ବିବାହକୁ ସହଜ କରିବା ପାଇଁ ସରକାର ଏକ ନୂତନ ଘୋଷଣା କରିଛନ୍ତି ।

Advertisement

ବର୍ତମାନ ରାଜ୍ୟରେ ୮୦ ପ୍ରତିଶତ ଦିବ୍ୟାଙ୍କ ବ୍ୟକ୍ତିଙ୍କୁ ଜୀବନସାଥୀ ଯୋଗାଇ ଦେବା ପାଇଁ କଂଗ୍ରେସ ସରକାର ଏକ ଉପହାର ପ୍ରଦାନ କରିବେ । ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିବାହ କଲେ ସରକାର ୫ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ଏହା ସହିତ ସରକାର ଭିନ୍ନ ଜାତିରେ ବିବାହ ପାଇଁ ଦିଆଯାଇଥିବା ଆର୍ôଥକ ସହାୟତା ପରିମାଣକୁ ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିଛନ୍ତି । ସାମୂହିକ ବିବାହକୁ ପ୍ରୋତ୍ସାହିତ କରିବାକୁ ଗେହଲଟ ସରକାର ମଧ୍ୟ ଚେଷ୍ଟା କରିଛନ୍ତି । ସରକାର ସାମୂହିକ ବିବାହ ଅନୁଦାନ ଯୋଜନା ଅନ୍ତର୍ଗତ ଦେୟ ଅନୁଦାନ ପରିମାଣକୁ ଦମ୍ପତିଙ୍କ ପାଇଁ ୧୮ ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ବିଭିନ୍ନ ସମାଜ, ଜାତି ଏବଂ ଧର୍ମର ଲୋକେ ସାମୂହିକ ବିବାହ ସମାରୋହରେ ଅଂଶଗ୍ରହଣ କରି ବିବିଧତାର ଏକତାର ଆତ୍ମାକୁ ଅନୁଭବ କରନ୍ତି ଏବଂ ଅତି କମରେ ୨୫ ଦମ୍ପତି ବିବାହ କରନ୍ତି, ତେବେ ଏହି କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରାଯିବ ।

ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜସ୍ଥାନରେ ପ୍ରତି ପାଂଚ ବର୍ଷ ପରେ କ୍ଷମତା ପରିବର୍ତନ କରିବାର ପରମ୍ପରା ଏଠାରେ ଦୀର୍ଘ ଦିନ ଧରି ଚାଲିଆସୁଛି । କିନ୍ତୁ ଏଥର କଂଗ୍ରେସ ପୁରୁଣା ପରମ୍ପରାକୁ ଭାଙ୍ଗି ପୁଣିଥରେ ରାଜ୍ୟରେ କ୍ଷମତାକୁ ଫେରିବାକୁ ଚାହୁଁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସମଗ୍ର କଂଗ୍ରେସ ଦଳ ସବୁ ପ୍ରକାର କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *