Pratidin TV

Odisha's Digital News Platform

ରାସ୍ତା କଡରେ ଓଲଟିଲା ଭ୍ୟାନ୍ : ୪୦ ଶ୍ରମିକ ଗୁରୁତର ଆହତ

1 min read

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଧର୍ମଗଡର ବିଜୁ ଏକ୍ସପ୍ରେସ୍ ଓଏର ପିପିଲା ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ବେହେରା ଅଞ୍ଚଳର ପଳସପାଣି ଗାଁରୁ ଏକ ଭ୍ୟାନ୍ ପ୍ରାୟ ୪୦ ଜଣ ଶ୍ରମିକଙ୍କୁ ନେଇ ଯାଉଥିଲା । ଏହି ସମୟରେ ଭ୍ୟାନଟି ପିପିଲା ଠାରେ ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା ।

ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଧର୍ମଗଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା । ୪୦ ଜଣ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିବା ସୂଚନା ମିଳୁଛି । ତେବେ ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କହିଛନ୍ତି ଡାକ୍ତର ।

Advertisement

Leave a Reply

Your email address will not be published. Required fields are marked *