Pratidin TV

Odisha's Digital News Platform

ଷଣ୍ଢ ସହ ଧକ୍କା ହେଲା ବନ୍ଦେ ଭାରତ ଏକ୍ସପ୍ରେସ, ଭାଙ୍ଗିଗଲା ସାମ୍ନା ଭାଗ..

1 min read

ପୁଣି ଥରେ ଦୁର୍ଘଟଣାଗ୍ରସ୍ତ ବନ୍ଦେଭାରତ ଏକ୍ସପ୍ରେସ । ଷଣ୍ଡକୁ ଦେଲା ଧକ୍କା । ଫଳରେ ଦୁର୍ଘଟଣାରେ ଭାଙ୍ଗିଗଲା ବନ୍ଦେଭାରତ ଏକ୍ସପ୍ରେସର ଇଞ୍ଜିନ୍ । ସୁଚନାନୁଯାୟୀ ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି । ଗ୍ୱାଲିୟରରୁ ମୁରୈନା ଆସିବା ସମୟରେ ଟ୍ରେନ ଏକ ଷଣ୍ଢକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇଞ୍ଜିନର ସାମ୍ନା ଭାଗ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ହେଲେ ସବୁଠୁ ବଡ କଥା ହେଉଛି ସେହି ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ମୁରୈନାର ଶିକାରପୁର ରେଳ ଫାଟକ ନିକଟରେ ଖମ୍ବ ନମ୍ବର -୧୨୨୬ର ୨୫ ନମ୍ବରରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ପାଖାପାଖି ୧୦ ମିନିଟ୍ ଯାଏ ଟ୍ରେନ୍ ରେଳଧାରଣାରେ ଛିଡା ହୋଇ ରହିଥିଲା । ଘଟଣାସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚିଥିଲେ । ସେମାନେ ଟ୍ରେନ ନିରୀକ୍ଷଣ କରିବା ପରେ ଏହା ଆଗକୁ ଯାତ୍ରା କରିଥିଲା । ସୂଚନାମୁତାବକ ମୁରୈନାର ଶିକାରପୁର ରେଳ ଫାଟକ ନିକଟରେ ଗୋଟିଏ ଷଣ୍ଡ ଟ୍ରେନ ସାମ୍ନାକୁ ଚାଲିଆସିଥିଲା । ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଏପଟେ ଆଜି ପ୍ରଧାନମନ୍ତ୍ରୀ ଅନେକ ରେଳ ପ୍ରକଳ୍ପର ଭତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି । ଏଥିରେ ୧୦ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ସାମିଲ ଅଛି ।

Leave a Reply

Your email address will not be published. Required fields are marked *