(ଭିଡିଓ)ପୁଣି ବିଜେପିକୁ ଟାର୍ଗେଟ୍ : ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ୨ୟ ଥର ପଥର ମାଡ
1 min readନୂଆଦିଲ୍ଲୀ : ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ । ଭାଙ୍ଗିଲା ଟ୍ରେନର ଗ୍ଲାସ । ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ଫିଙ୍ଗିବା ଘଟଣା ବନ୍ଦ ହେବାର ନାଁ ନେଉନାହିଁ । ଏକ ସଦ୍ୟତମ ମାମଲା ଆନ୍ଧ୍ରପ୍ରଦେଶରୁ ଆସିଛି । ଯେଉଁଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ଫିଙ୍ଗାଯାଇଛି ।
ଜାନୁୟାରୀ ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ଏକ୍ସପ୍ରେସକୁ ଉଦ୍ଘାଟନ କରିବେ । ମାତ୍ର ଏହାପୂର୍ବରୁ ବିଶାଖାପାଟନମ୍ ରେଏକ ଟ୍ରେନ୍କୁ ପଥର ଫିଙ୍ଗାଯାଇଛି । ଫଳରେ ଟ୍ରେନ୍ ର ଗ୍ଲାସ୍ ନଷ୍ଟ ହୋଇଯାଇଛି । କିଏ ଆଉ କାହିଁକି ଭାଙ୍ଗିଲା ସେ ନେଇ ତଦନ୍ତ ଜାରି ରହିଛି । ପୂର୍ବରୁ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପରେ ପଥର ମାଡ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିରେ ଟ୍ରେନ୍ର କବାଟ ଓ ଝରକା ଭାଙ୍ଗି ଯାଇଛି । ହାୱାଡାକୁ ନ୍ୟୁ ଜଲପାଇଗୁଡ ସହ ଯୋଡିବା ପାଇଁ ଭାରତ ବନ୍ଦେ ଏକ୍ସପ୍ରେସ ଆରମ୍ଭ ହେବାର ୪ ଦିନ ପରେ ହିଁ ଏହା ଉପରେ ପଥର ମାଡ ହୋଇଛି । ପଥର ମାଡ ଯୋଗୁଁ ଟ୍ରେନ୍ର ଅନେକ କ୍ଷତିଗ୍ରସ୍ତ ହୋଇଛି ।
ପୁଲିସ ଏହି ଘଟଣାକୁ ନେଇ ଏକ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହି ପ୍ରସଙ୍ଗରେ ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ବେଙ୍ଗଲରେ ନୁହେଁ ବରଂ ବିହାରରେ ଘଟିଛି । ଯେଉଁମାନେ ଆମ ରାଜ୍ୟ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ଏହା ବ୍ୟତୀତ ସେ ବନ୍ଦେ ଭାରତ ଏକ୍ସପ୍ରେସ ବିଷୟରେ କହିଥିଲେ ଯେ ପୁରୁଣା ଟ୍ରେନରେ ଏକ ନୂତନ ଇଞ୍ଜିନ ଲଗାଯାଇଛି ।