Pratidin TV

Odisha's Digital News Platform

ରୋଷଘରେ ପଶି ୨୦ ରୁ ଅଧିକ ଚୁଲି ଭାଙ୍ଗିଦେଲେ ଦୁର୍ବୁତ୍ତ

ପୁରୀ:ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ପୁଣି ଭାଙ୍ଗିଥିବା ସୂଚନା ମିଳିଛି । ଦୁର୍ବୃତ୍ତ ମାନେ ୨୦ରୁ ଅଧିକ ଚୁଲି ଭାଙ୍ଗିଦେଇଥିବା ଜଣାପଡିଛି । ଆଡ଼ପ ଅବଢ଼ା ରନ୍ଧା ପାଇଁ ଚୁଲି ପ୍ରସ୍ତୁତ ହୋଇଥିଲା । କୋଠଭୋଗ ଚୁଲିକୁ ଛାଡ଼ି ସବୁ ଚୁଲି ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି । ବର୍ତ୍ତମାନ ଚୁଲିଗୁଡ଼ିକର ମରାମତି ଚାଲିଥିବା ସୂଚନା ମିଳିଛି ।ତେବେ ଆଡ଼ପ ଅବଢ଼ା ପାଇଁ ୩ ଦିନ ପୂର୍ବରୁ ଚୁଲିଗୁଡ଼ିକ ତିଆରି ହୋଇଥିଲା । ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଉଛି । କାଲି ରାତିରେ ରୋଷଘରେ ପଶି କେହି ଚୁଲି ଭାଙ୍ଗିଥିବା ଆଶଙ୍କା କରାଯାଉଛି । ୪ଦିନ ତଳେ ଚୁଲିର ମରାମତି କରାଯାଇଥିଲା । କିଏ ଚୁଲି ଭାଙ୍ଗିଛି ତାହା ଏପର‌୍ୟ୍ୟନ୍ତ ଅସ୍ପଷ୍ଟ ।

Leave a Reply

Your email address will not be published. Required fields are marked *