Pratidin TV

Odisha's Digital News Platform

ରାଜଧାନୀରେ ବିଭତ୍ସ ହତ୍ୟା ; ପୋଲିସର ନିଷ୍କ୍ରିୟତାରେ ରାସ୍ତା ବନ୍ଧ କଲେ ସାଧାରଣ ଲୋକେ ….

ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ ଅପରାଧ । ଖବର ଦେବା ପରେ ବି ପହଞ୍ଚିଲାନି ପୋଲିସ । ରାଗରେ ରାସ୍ତା ବନ୍ଦ କଲେ ସ୍ଥାନୀୟ ଲୋକେ ।

ଖବର ଅନୁଯାୟୀ ଗତକାଲି ରାତି ୯.୩୦ ସମୟରେ ଦୁଇ ଜଣ ଦୁର୍ବୁର୍ତ୍ତ ଶିଶୁପାଳଗଡ଼ ଓ ନୂଆଗାଁ ରାଜରାସ୍ତାରେ ୩ ଜଣଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ। ଏନେଇ ସ୍ଥଅନୀୟ ଲୋକେ ତୁରନ୍ତ ଧଉଳି ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ । ହେଲେ ନାଁ ପହଁଚିଥିଲେ ଥାନାଧିକାରୀ, ନାଁ ପହଞ୍ଚିଥିଲା ପିସିଆର। ଫଳରେ ଉତ୍ତ୍ୟକ୍ତ ପୋଲିସର ନିଷ୍କ୍ରିୟତା ବିରୋଧରେ ମେନ ରୋଡ଼ ବନ୍ଦ କରିବା ସହ ଶିଶୁପାଳଗଡ଼ ଗେଟ ସମ୍ମୁଖରେ ଲୋକେ ରୋଡ଼ ବ୍ଲକ କରିଛନ୍ତି। ଫଳରେ ଦୁଇପଟୁ ପୁରୀ ଓ ଭୁବନେଶ୍ୱର ଯାଉଥିବା ଶହ ଶହ ଗାଡି ଅଟକି ରହିଛି । ଏବେ ସ୍ଥାନୀୟ ଏସିପି ଗିରିଜା ଚର୍କ୍ରବର୍ତ୍ତି ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ ସୁଧା କିଛି ସୁଫଳ ମିଳିନାହିଁ ।

Leave a Reply

Your email address will not be published. Required fields are marked *