ଆବେଦନ ଖାରଜ ପରେ ରାଗରେ ଜଳୁଛନ୍ତି ଅନୁଭବ, ସୋସିଆଲ ମିଡିିଆରେ ପୁଣି ଥରେ କଲେ ବର୍ଷାଙ୍କୁ ଟାର୍ଗେଟ..
1 min read
କଟକ : କିଛି ଦିନର ବ୍ୟବଧାନରେ ପୁଣି ଧରେ ଅନୁଭବ-ବର୍ଷାଙ୍କ ଭିତରେ ଆରମ୍ଭ ହେଲା ସୋସିଆଲ ମିଡିଆ ୱାର୍ର । ଗତମାସ ଅର୍ଥାତ ସେପ୍ଟେମ୍ବର ୨୩ରେ କଟକ କୋର୍ଟ ରାୟ ଶୁଣାଣି କରିଥିଲେ । ଏବଂ ଉଭୟଙ୍କ ଆବଦେନକୁ ଖାରଜ କରିଥିଲେ । କେନ୍ଦ୍ରପଡା ସାଂସଦଙ୍କ ଦ୍ୱାରା କରାଯାଇଥିବା ବିବାହ ବିଚ୍ଛେଦ ମାମଲା କୋର୍ଟ ଖାରଜ କରିବା ପରେ ଖୁସି ହୋଇଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ତେବେ କୋର୍ଟର ରାୟ ଆସିବା ପରଠାରୁ ବର୍ଷା ଚୁପ ରହିଥିବା ବେଳେ ଅନ୍ୟପକ୍ଷେ ଅନୁଭବ ଚାରିଆଡେ ବୁଲି ବର୍ଷାଙ୍କ ବିଷୟରେ ବିଷ ଓଗାଳୁଛନ୍ତି । ବିଭିନ୍ନ ଗଣମାଧ୍ୟମରେ ବର୍ଷାଙ୍କ ବିରୋଧରେ ପ୍ରତିକ୍ରିୟା ଦେଇ ତାଙ୍କୁ ବଦନାମ କରୁଛନ୍ତି । କିନ୍ତୁ ଏସବୁ ଶୁଣି ବର୍ଷା କୌଣସି ପାଲଟା ଜବାବ ଦେଇ ନାହାନ୍ତି । ତେବେ ଗତକାଲି ବର୍ଷା ସୋସିଆଲ ମିଡିଆ କିଛି ପୋଷ୍ଟ କରିଛନ୍ତି ।ଆଉ ଯାହାକୁ ନେଇ ପୁଣି ତାଙ୍କୁ ଟାର୍ଗେଟ କରି ମୁହଁ ଖୋଲିଛନ୍ତି ଅନୁଭବ ମହାନ୍ତି ।
ସିଧାସଳଖ କିଛି ନ କହି ହିନ୍ଦୀ ସାୟରି ଲେଖି କରିଛନ୍ତି ସମାଲୋଚନା । ତେବେ ଗତକାଲି ଅକ୍ଟୋବର ୧ରେ ବର୍ଷା ନିଜ ଟ୍ୱିଟର ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଏଥିରେ କ୍ୟାପସନ ଦେଇଥିଲେ ଯେ ମିଥ୍ୟାର ଶଦ୍ଦ ଅଧିକ ଏବଂ ସତ୍ୟ ସୁବବେଳେ ନୀରବ । ତେବେ ବର୍ଷା ଏହି ଟ୍ୱିଟ କରିବାର କିଛି ଘଣ୍ଟ । ପରେ ଅନୁଭବ ମଧ୍ୟ ଏକ ପୋଷ୍ଟ କରିଥିଲେ । ବର୍ଷାଙ୍କୁ ହଇରାଣ କରିବା ପାଇଁ ଅନୁଭବ ଏଭଳି ଜାଣିଶୁଣି କରୁଥିବା ବର୍ଷାଙ୍କ ପ୍ରଶଂସକ ମାନେ କହୁଛନ୍ତି । ଯାହାକୁ ଦେଖି କିଏ ବି କହି ପାରିବ ସେ ଏହି ପୋଷ୍ଟ କେବଳ ବର୍ଷାଙ୍କୁ ଆକ୍ଷେପ କରି ଦେଇଛନ୍ତି । ତେବେ ସିଧାସଳଖ କିଛି ନଲେଖି ଅନୁଭବ ମଧ୍ୟ ନିଜର ଏକ ଫଟୋ ପୋଷ୍ଟ କରି ହିନ୍ଦୀ ସାଏରୀ ଲେଖିଛନ୍ତି ।
ସେ ଲେଖିଛନ୍ତିି ଯାହାର ଓଡିଆ ଅର୍ଥ ହେଲା ତୁମେ ମୋର ସାଥ ଦିଅନା,ମୁଁ ମଧ୍ୟ ଚାହେଁନି, ମୁଁ ଚାଲିବା ଜାଣିଛି । ନିଆଁକୁ ମୁଁ ଭଲଭାବେ ଜାଣେ,ମୁଁ ଜାଣିଛି କିପରି ଜଳିବା । ନର୍କ ଅନ୍ୟ କେଉଁଠି ନାହିଁ ,ସେଇଠି ଅଛି ଯେଉଁଠାରେ ତୁମର ଆଉ ମୋର କାହାଣୀ ଅଛି । ଏଭଳି କିଛି ଜବାବ ରଖିଛନ୍ତି ଅନୁଭବ । ସୋସିଆଲ ମିଡିଆରେ ଉଭୟଙ୍କ ବିରୋଧରେ କିଛି ପୋଷ୍ଟ ନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଯାହାଫଳରେ କିଛି ଦିନ ଏହା ବନ୍ଦ ରହିଥିଲା । ତେବେ ଶେଷ ଶୁଣାଣି ଆସିବା ପରେ ପୁଣି ଥରେ ଉଭୟ ଭିତରେ ଆରମ୍ଭ ହୋଇ ଯାଇଛି ଟ୍ୱିଟର ୱାର୍ର ।