Pratidin TV

Odisha's Digital News Platform

ଭାରତୀୟ ନାରୀମାନଙ୍କୁ ଦେଲେ ବଡବାର୍ତ୍ତା , DID ସୁପର୍ ମମ୍‌ସର ଟ୍ରୋଫି ଜିତିଲେ ଦିନ ମଜୁରୀଆ ବର୍ଷା

1 min read

ନୂଆଦିଲ୍ଲୀ : ପ୍ରତିକୂଳ ପରିସ୍ଥିତିରେ ପଡିମଧ୍ୟ ହାର ମାନେନା ନାରୀ । କିଏ କହିଲା ସେ ଦୁର୍ବଳା ଅବଳ । ସେ ତ ସର୍ବଶକ୍ତିମାନ ,ସର୍ବଶାଳୀ ,ଜଗତ ବିଜୟିନୀ ମା ଦୁର୍ଗାଙ୍କ ପ୍ରତିରୂପ । ଏଭଳି ଜଣେ ନାରୀ ହେଉଛନ୍ତି ହରିଆନାର ନିବାସୀ ବର୍ଷା ବୁମ୍‌ରା । ନିଜର ଇଛାଶକ୍ତି ଏବଂ କଠିନ ପରିଶ୍ରମ ଦ୍ୱାରା ସେ ଅସମ୍ଭବକୁ ସମ୍ଭବ କରି ଦେଖାଇପାରିଛନ୍ତି । ୨୫ ସେପ୍ଟେମ୍ବର ଅର୍ଥାତ୍ ଗତକାଲି ଜିଟିଭିର ଏକ ରିଆଲିଟି ଡାନ୍ସ ଶୋ ଡିଆଇଡି ସୁପର ମମସ୍ ର ଟ୍ରୋଫି ଜିତିବା ପରେ ଭାବବିହ୍ୱଳ ହୋଇ ପଡିଥିଲେ ବର୍ଷା । ଏବଂ କ୍ୟାମେରା ଆଗରେ କହିଚାଲିଥିଲେ ନିଜ ଜୀବନର ସେଇ କଷ୍ଟଭରା ସଂଘର୍ଷର କାହାଣୀ । କୁହନ୍ତିନି କଷ୍ଟ କରିଥିଲେ କୃର୍ଷ୍ଣଙଗକୁ ପାଇବୁ । ଏଭଳି କିଛି ଋଢି ସତ ପ୍ରମାଣ ହୋଇଛି ବର୍ଷାଙ୍କଲ କ୍ଷେତ୍ରରେ । ସ୍ୱାମୀ ଓ କୁନି ପୁଅ ହସିଂଙ୍କୁ ନେଇ ଛୋଟିଆ ପରିବାରଟି ତାଙ୍କର । ପୁଅକୁ ଏକ ଭଲ ଭବିଷ୍ୟତ ଦେବାପାଇଁ ବାପା ମା ଦୁହେଁ ମିଶି ସକାଳୁ ବାହାରିଯାଆନ୍ତି କାମରେ ଏବଂ ଫେରନ୍ତି ସନ୍ଧ୍ୟାରେ । ଏକ ନିର୍ମାଣଧୀନ କୋଠାରେ ଦୁହେଁ ଦିନମଜୁରିଆ କାମ କରନ୍ତି । ସେଠାରୁ ଯାହା ରୋଜଗାର ହୁଏ ସେଥିରେ ଚାଲେ ତାଙ୍କ ପରିବାର ।

varsha bumra

ତେବେ ବର୍ଷା ଜଣେ ପ୍ରଫେସନାଲ ଡ୍ୟାନ୍ସର ନୁହଁନ୍ତି କିମ୍ବା ସେ ଏହି ଶୋକୁ ଆଶିବା ପୂର୍ବରୁ ମଧ୍ୟ କେଉଁଠାରେ ନୃତ୍ୟ ମଧ୍ୟ ଶିଖୁନଥିଲେ । ନିଜ ପରିବାର ପାଇଂ ସେ କିଚି ବଡ ଧରଣର କରିବାକୁ ଚାହୁଥିଲେ । ଯାହାଦ୍ୱାରା ତାଙ୍କ ଦାରିଦ୍ରତାକୁ କମ୍ କରିପାରିବେ ବର୍ଷା । ଏପରିଭାବେ ହଠାତ୍ ଦିନେ କୋରିଓଗ୍ରାଫର ବର୍ତ୍ତିକାଙ୍କର ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ଦେଖି ସେଠୁ ଉତ୍ସାହିତ ହୋଇଥିଲେ ଡ୍ୟାନ୍ସ ପ୍ରତି । ତେବେ ଦିନତମାମ୍ ରାଜମିସ୍ତ୍ରୀ କାମର ହାଡଭଙ୍ଗା ପରିଶ୍ରମ କାମରୁ ଆସି ରାତିରେ ଘରର କାମ କରିବା ସହ ,ମାତ୍ର ୧୦ ମିନିଟ୍ ପାଇଁ ବର୍ତ୍ତିକାଙ୍କର ଭିଡିଓ ଦେଖି ସେପରି ନାଚିବାକୁ ଚେଷ୍ଟା କରନ୍ତି ବର୍ଷା । ଏପରି କରି ସେ ସବୁଦିନ ଅଳ୍ଫ ଅଳ୍ପ ନାଚ ଶିଖନ୍ତି । ଏହାପରେ ଡିଆଇଡିର ଅଡିସନ୍ ବିଷୟରେ ଶୁଣି ଏଠାକୁ ଆସିବାକୁ ସ୍ଥିର କରିଥିଲେ । ଯାହାର ଫଳ ସ୍ୱରୂପ ଆଜି ସେ ଡିଆଇଡି ସୁପର ମମ୍‌ସର ଟ୍ରଫି ଜିତିବା ସହ ୭ ଲକ୍ଷ ଟଙ୍କା ଜିତିଛନ୍ତି । ଯେଉଁଟାକି ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।

varsha bumra with her coreographer bartika

ଏହାସହ ସେ କରିଥିବା ଲୋନ ଗୁଡିକୁ ମଧ୍ୟ କୋରୋଓଗ୍ରାଫର ରେମୋ ଡିସୋଜା ସୁଝିବେ ବୋଲି ଏକ ଘୋଷଣା କରିଥିଲେ । ତାସହ ଗେଷ୍ଟ ଜଜ୍ ମିକା ସିଂ ମଧ୍ୟ ବର୍ଷାଙ୍କ ପୁଅର ସମସ୍ତ ପାଠ୍ୟଖର୍ଚ୍ଚ ଉଠାଇବେ ବୋଲି ପ୍ରତିଶ୍ରତି ଦେଇଥିଲେ । ଫଳରେ ବର୍ଷା ଷ୍ଟେଜ୍ ଉପରେ ଖୁସିରେ କାନ୍ଦି ପକାଇଥିଲେ । ଏବଇ କହିଥିଲେ ଯେ ଆମକୁ କିଛି କରିଦେଖାବା ପାଇଁ ହେଲେ ଆମର ଇଛାଶକ୍ତି ଏବଂ ମନବଳ ସହ କଠିନ ପରିଶ୍ରମ ଦରକାର । ଯାହା ଆମକୁ ଦିନେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବ ।

Leave a Reply

Your email address will not be published. Required fields are marked *