Pratidin TV

Odisha's Digital News Platform

ବରୁଣ ଧାୱନ କଲେ ବଡ଼ ଖୁଲାସା ,ସମନ୍ଥାଙ୍କୁ ହୋଇଛି ଗମ୍ଭୀର ରୋଗ !

1 min read

ବରୁଣ ଧାୱନ ସମନ୍ଥାଙ୍କ ବିଷୟରେ ଏକ ବଡ଼ ଖୁଲାସା।ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ସମନ୍ଥା ରଥପ୍ରଭୁ ସେମାନଙ୍କ ଫିଲ୍ମ ‘ସିଟାଡେଲ ହନି ବନି’ରେ ନଜର ଆସିଛନ୍ତି। ବରୁଣ ଧାୱନ କହିଛନ୍ତି ସମନ୍ଥା ମାୟୋସାଇଟିସ୍ ନାମକ ଏକ ବିପଜ୍ଜନକ ରୋଗରେ ପୀଡିତ ଅଛନ୍ତି। ଏହା ସତ୍ତ୍ବେ ସେ ନିରନ୍ତର ପରିଶ୍ରମ କରନ୍ତି। ବରୁଣ କହିଛନ୍ତି ଯେ ଏକ ସୁଟିଂ ସମୟରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କ ପାଇଁ ସେଟକୁ ଅମ୍ଳଜାନ ଟ୍ୟାଙ୍କ ମଗାଯାଇଥିଲା।

ବରୁଣ ଧାୱନ ଏକ ବାର୍ତ୍ତାଳାପ ସମୟରେ କହିଥିଲେ ସେ ହଠାତ୍ ଆଖି ବନ୍ଦ କରି ଦେଇଥିଲେ। ତେବେ ବରୁଣ ତାଙ୍କ ଅବସ୍ଥା ବିଷୟରେ ଅଧିକ କିଛି କହି ନାହାନ୍ତି। ଏହା ପରେ ସମନ୍ଥା ଅମ୍ଳଜାନ ନେଇଥିଲେ । ସୁଟିଂ ସେଟ୍ ରେ ସମସ୍ତେ ଭାବୁଥିଲେ ସମନ୍ଥା କିଛି ଦିନ ଛୁଟି ନେବେ କିନ୍ତୁ ସେ ସେପରି କିଛି କରି ନ ଥିଲେ। ପୁଣି କାମ ଜାରି ରଖିଥିଲେ।

Advertisement

Leave a Reply

Your email address will not be published. Required fields are marked *