Pratidin TV

Odisha's Digital News Platform

ଆଜି ହିଁ ଜାଣନ୍ତୁ ବାସ୍ତୁ ଅନୁସାରେ କେଉଁ ଦିଗରେ ରଖିବେ ଆପଣଙ୍କ ପୋଷାକ..

1 min read

ହିନ୍ଦୁ ଧର୍ମରେ ଅନେକ ଲୋକ ବାସ୍ତୁ ଶାସ୍ତ୍ର ଉପରେ ବିଶ୍ୱାସ କରିଥାନ୍ତି । ଘର ଠାରୁ ଆରମ୍ଭକରି ନିଜ ଅଫିସ ପର୍ଯ୍ୟନ୍ତ ସେମାନ ବାସ୍ତ ଶାସ୍ତ୍ର ମାନି ସବୁ ନିମାଣ କରିଥାନ୍ତି । କାରଣ ବିଶ୍ୱାସ ରହିଛି ଯେ ବାସ୍ତୁ ଅନୁଯାୟୀ ଘର ତିଆରି କଲେ ଆପଣଙ୍କ ଜବୀନରେ ସୁଖସମୃଦ୍ଧି ସହ ହସଖୁସି ଏବଂ ଧନର କେବେ ଅଭାବ ଦେଖା ଦେବ ନାହିଁ । ତେବେ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ଯାହାର ପାଳନ କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହେବା ସହ ଧନସମ୍ପତ୍ତି ବୃଦ୍ଧି କରାଯାଇ ଥାଏ । ତେବେ ଏହି ନିୟମ ଆପଣଙ୍କପିନ୍ଧୁଥିବା ପୋଷାକ ଉପରେ ମଧ୍ୟ ଲାଗୁ ରହିଛି । ଆପଣ କେଉଁ ଦିଗରେ ନିଜ ର ପୋଷାକ ରଖିଲେ ଶୁଭ ସଙ୍କେତ ଦେବ । ଆଉ ଯଦି ଭୁଲ ଦିଗରେ ରଖନ୍ତୁ ତା ଆଫଣଙ୍କ ଜବୀନରେ କିଭଳି ପ୍ରଭାବ ପକାଇବ ଆପଣ ଜାଣିଛନ୍ତି କି ? ବାସ୍ତୁ ଅନୁଯାୟୀ, ସ୍ୱତନ୍ତ୍ର ଦିଗରେ ପୋଷାକ ରଖିବା ଦ୍ୱାରା ଏହାର ପ୍ରଭାବ ପଡିଥାଏ । ଘରେ ପୋଷାକ ରଖିବା ଶୈଳୀ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଅନେକ ସମୟରେ ଏପରି ହୋଇଥାଏ କର୍ମବ୍ୟସ୍ତତା ମଧ୍ୟରେ ଅନେକ ପୋଷାକ ଏଣେତେଣେ ଫିଙ୍ଗି ଦେଇଥାଆନ୍ତି କିମ୍ବା ରଖି ଥାଆନ୍ତି ।

  • ମାତ୍ର ଜାଣନ୍ତୁ କେଉଁ ଦିଗରେ ପୋଷାକ ରଖିବା ଉଚିତ୍‌..
  • ସଫାସୁତୁରା ପୋଷାକକୁ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ । ଉତ୍ତର ଦିଗ ଧନର ଦେବତା କୁବେରଙ୍କ ଦିଗ । ଏହି ଦିଗରେ ସଫା ପୋଷାକ ରଖିବା ଦ୍ୱାରା ଧନ ସଞ୍ଚିୟ ହେବା ସହ ଶୁଭଫଳ ମିଳିଥାଏ । ପୂର୍ବ ଦିଗରେ ରଖିବା ଦ୍ୱାରା ଆର୍ôଥକ ସମସ୍ୟା ଦୂର ହେବା ସହ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
  • ପୂର୍ବ-ଉତ୍ତର ଦିଗରେ ଅପରିଷ୍କାର ପୋଷାକ ରଖିବା ଉଚିତ୍ ନୁହେଁ । ଏହି ଦିଗ ବୃହସ୍ପତିଙ୍କ ସହ ଜଡିତ । ବୃହସ୍ପତି ଉତ୍ତମ ବୃଦ୍ଧି ଓ ସ୍ୱାସ୍ଥ୍ୟର ପ୍ରତୀକ । ଏହି ଦିଗରେ ଅପରିଷ୍କାର ପୋଷାକ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।
  • ଶାସ୍ତ୍ର କୁହାଯାଇଛି ଯେ, ଉତ୍ତର ଦିଗ ଧନର ଦେବତା କୁବେରଙ୍କ ସହ ଜଡିତ । ଏହି ଦିଗରେ ଅପରିଷ୍କାର ପୋଷାକ ରଖିବା ଦ୍ୱାରା ଅର୍ଥହାନୀ ହେବା ସହ ସମସ୍ୟା ଲାଗି ରହିଥାଏ ।
  • ଧାର୍ମିକ ମାନ୍ୟତା ଅନୁଯାୟୀ,ପୂର୍ବ ଦିଗ ସୂର୍ଯ୍ୟଦେବତାଙ୍କ ଦିଗ । ଏହି ଦିଗରେ ଅପରିଷ୍କାର ପୋଷାକ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ ।

ତେବେ ଆପଣ ନିଜର ବାସ୍ତୁ ଦୋଷ ଦୂର କରିବା ସହ ସୁଖରେ ରହିବା ପାଇଁ ଆପଣାନ୍ତୁ ଏହି ନିୟମ ।

Leave a Reply

Your email address will not be published. Required fields are marked *