Pratidin TV

Odisha's Digital News Platform

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଏହି ଜିନିଷ ପ୍ରତି ହୁଅନ୍ତୁ ସାବଧାନ, ନଚେତ ଆସିବ ବଡ ବିପଦ…

1 min read

ଘରର ଆର୍ଥକ ଅବସ୍ଥା ଭଲ ରଖିବା ପାଇଁ ଘରେ ମନିପ୍ଲାଣ୍ଟ ରହିବା ଅତ୍ୟନ୍ତ ଭଲ । ବିଶ୍ୱାସ ରହିଛି ଯେ ଘରେ ମନିପ୍ଲାଣ୍ଟ ଲଗାଇଲେ ମା’ଲକ୍ଷ୍ମୀଙ୍କ କୃପାବର୍ଷା ହୋଇଥାଏ । ଫଳରେ ଅର୍ଥାଭାବ ହୋଇନଥାଏ । ଏବଂ ଘରେ ସୁଖ ସମୃଦ୍ଧି ଭରିଯାଏ । କିନ୍ତୁ ମନିପ୍ଲାଣ୍ଟ କୁ ଆଣି ଖାଲି ଘରେ ଲଗାଇ ଦେଲେ ହେବନି, ତାହକୁ କେଉଁ ଦିଗରେ ଲଗାଯିବ ଏବଂ କିପରି ଯତ୍ନ ନେବ ତାହା ମଧ୍ୟ ଜାଣିବା ଆବଶ୍ୟକ । ନଚେତ ମନିପ୍ଲାଣ୍ଟ ବିପରୀତ ପ୍ରଭାବ ପଡ଼ିବ ପଡି ଘରେ ଦେଖାଦେବ ଆର୍ଥିକ ସଙ୍କଟ ।

ବାସ୍ତୁନିୟମ ଅନୁସାରେ ଦିଗ ଅନୁଯାୟୀ ମନି ପ୍ଲାଣ୍ଟକୁ ପୂର୍ବ-ପଶ୍ଚିମ ଦିଗରେ ରଖିବା ଅନୁଚିତ । କାରଣ ଏହା ଘରେ ସମସ୍ୟା ଆଣିଥାଏ । ତେଣୁ ମିନପ୍ଲାଣ୍ଟକୁ ଘରର ଉତ୍ତର ପ୍ରବେଶ ଦ୍ୱାରରେ ଲଗାନ୍ତୁ । ଏହାଦ୍ୱାରା ଆୟର ନୂତନ ଉତ୍ସ ସୃଷ୍ଟି ହେବା ସହ ବ୍ୟବସାୟରେ ସଫଳତା ଆଣିଥାଏ । ଘରର ସମୃଦ୍ଧିକୁ ଆକର୍ଷିତ କରିବା ସହ ନକାରାତ୍ମକ ଶକ୍ତିକୁ ଦୂରେଇ ରଖିବାରେ ସାହାଯ୍ୟ କରେ ।

Advertisement

ଏହାକୁ ଘର ବାହାରେ ନୁହେଁ ବରଂ ଘର ଭିତରେ ଲଗାନ୍ତୁ । ଏହା ଦ୍ୱାରା ଗଛ ସଠିକ୍ ଭାବେ ବଢିଥାଏ । ଆଉ ଗଛରେ ପତ୍ର ଶୁଖିବା ମାତ୍ରେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ଶୁଖିଲା ପତ୍ର ରହିବା ଦ୍ୱାରା ଘରକୁ ଦୁର୍ଭାଗ୍ୟ ଆଣିଥାଏ । ଏହା ଆର୍ଥିକ ପରିସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ ଏହାର ପତ୍ର କେବେ ଶୁଖିବା ଉଚିତ୍ ନୁହେଁ । ଏଥିପାଇଁ ଗଛରେ ସମୟ ସମୟରେ ପାଣି ଦିଅନ୍ତୁ ।

ସବୁଠାରୁ ବଡ କଥା ହେଲା ଯେ ମନିପ୍ଲାଣ୍ଟର ପତ୍ର ଚଟାଣକୁ ଛୁଇଁବା ଉଚିତ୍ ନୁହେଁ । ଯଦି ଗଛ ଅତ୍ୟଧିକ ବଢିଯାଏ ତେବେ ତାହାର ଡାଳକୁ କାଟି ସାଇଜ କରିଦିଅନ୍ତୁ ।ଯଦି ଆପଣ ମନି ପ୍ଲାଣ୍ଟ ଏକ ଗ୍ଲାସ୍ ବୋତଲ କିମ୍ବା ପାତ୍ରରେ ଲଗାଉଛନ୍ତି ତେବେ ଏହାର ଜଳ ମଧ୍ୟ ବଦଳାନ୍ତୁ ।

ମନିପ୍ଲାଣ୍ଟକୁ କାହାକୁ ଉପହାର ଦିଅନ୍ତୁ ନାହିଁ । ଏହା ସୁଖ ଏବଂ ସମୃଦ୍ଧତାକୁ ହ୍ରାସ କରେ । ଏହାର ପତ୍ର କାଟିବାବେଳେ, ଏହି କାମ ନିଜେ କରିବା ଉଚିତ । ଏହାକୁ ବନ୍ଧୁ କିମ୍ବା ପଡ଼ୋଶୀ ଦ୍ୱାରା କରିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ତୁମର ଟଙ୍କା ସେହି ବ୍ୟକ୍ତିଙ୍କ ପାଖକୁ ଯିବା ଆରମ୍ଭ କରେ ।

Leave a Reply

Your email address will not be published. Required fields are marked *