Pratidin TV

Odisha's Digital News Platform

ଗ୍ରାହକଙ୍କୁ ଲାଗିଲା ଝଟକା..ବଢ଼ିଲା ଟମାଟୋ ପିଆଜ ଦର….ମହଙ୍ଗା ହେଲା ନିରାମିଷ ଥାଳି

1 min read

ମହଙ୍ଗା ହେଲା ବେଜ ଥାଳି | ଗ୍ରାହକଙ୍କୁ ଲାଗିଛି ପରିବା ସହ ଭେଜ ଥାଳି ଦର ମାଡ଼ | ନିରାମିଷ ଖାଉଥିବା ଲୋକ ଏବେ ହେବେ ହଇରାଣ | ତେବେ ନିରାମିଷ ଥାଳିର ଦାମ ୭ ପ୍ରତିଶତ ବଢିଥିବା ବେଳେ ପିଆଜ ଟମାଟୋ ଓ ଆଳୁର ଦାମ ବୃଦ୍ଧି ପାଇଥିବାରୁ ଏପରି ସ୍ଥିତି ଉପୁଜିଛି | ଏହା ଗତ ବର୍ଷ ସମାନ ମାସ ତୁଳନାରେ ମାର୍ଚ୍ଚ ୨୦୨୪ ରେ ଶାକାହାରୀ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିଛି | ରେଟିଂ ଏଜେନ୍ସି CRISIL ତଥ୍ୟ ପ୍ରକାଶ କରି ଏହି ସୂଚନା ଦେଇଛି |

CRISIL ମାର୍କେଟ ଇଣ୍ଟେଲିଜେନ୍ସ ଏବଂ ଆନାଲିଟିକ୍ସ ରୋଟି ରାଇସ୍ ରେଟ୍ ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ କରିଛି | ରିପୋର୍ଟ ଅନୁଯାୟୀ, ପିଆଜ, ଟମାଟୋ ଏବଂ ଆଳୁର ମୂଲ୍ୟ ବୃଦ୍ଧି ହେତୁ ମାର୍ଚ୍ଚ ୨୦୨୪ ରେ ଭେଜ ଥାଲିର ମୂଲ୍ୟ ୭ ପ୍ରତିଶତ ବୃଦ୍ଧି ପାଇଛି। ମାର୍ଚ୍ଚ ୨୦୨୪ ରେ ଭେଜ୍ ଥାଲିର ମୂଲ୍ୟ ୨୭.୩ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ମାର୍ଚ୍ଚ ୨0୨୩ ରେ ୨୫.୫ ଟଙ୍କା ଥିଲା। ଭେଜ ଥାଲି ରୋଟି, ପନିପରିବା (ପିଆଜ, ଟମାଟୋ ଏବଂ ଆଳୁ), ଚାଉଳ, ଡାଲି, କଦଳୀ ଏବଂ ସାଲାଡ ସହିତ ଆସିଥାଏ | ତେବେ ୨୦୨୪ ଫେବୃଆରୀ ମାସ ତୁଲାନାରେ ମାର୍ଚ୍ଚ ମାସରେ ଥାଳିର ଦାମ ଶସ୍ତା ହୋଇଛି। ଫେବୃଆରୀ ମାସରେ ନିରାମିଷ ଥାଳିର ଦାମ ୨୭.୪ ଟଙ୍କା ଥିଲା।

ନିରାମିଷ ଥାଳିର ଦାମ ପିଆଜ , ଟମାଟୋ, ଓ ଆଳୁର ଦାମ ବୃଦ୍ଧି ଯୋଗୁଁ ଘଟିଛି | ପିଆଜର ଦାମ ୪୦%, ଟମାଟୋର ଦାମ ୩୬% ଓ ଆଳୁର ଦାମ ୨୨% ବୃଦ୍ଧି ପାଇଛି। ମାର୍କେଟକୁ ପିଆଜ ଓ ଆଳୁ ଠିକ ଭାବେ ଆସୁ ପାରିନାହିଁ। ଟମାଟୋର ଉତ୍ପାଦନ ମଧ୍ୟ ହ୍ରାସ ପାଇଥିବାରୁ ଏଗୁଡ଼ିକର ଦର ବଢ଼ିଛି।

ରିପୋର୍ଟ ଅନୁସାରେ, ବଜାରକୁ ଆସୁଥିବା ଦଳି, ଚାଉଳ, ପରିମାଣ ହ୍ରାସ ପାଇଛି | ଏଥିଯୋଗୁଁ ଚାଉଳର ଦାମ ୧୪ ପ୍ରତିଶତ ଏବଂ ଡାଲି ଜାତୀୟ ଦ୍ରବ୍ୟର ଦାମ ଗତବର୍ଷ ତୁଳନାରେ ୨୨ ପ୍ରତିଶତ ମହଙ୍ଗା ହୋଇଛି |

ଭେଜ ଥାଳି ଦର ବୃଦ୍ଧି ହୋଇଥିବାରୁ CRISIL କହିଛି, ଏହି ସମୟ ମଧ୍ୟରେ କୁକୁଡ଼ା ମୂଲ୍ୟ ହ୍ରାସ ହେତୁ ନିରାମିଷ ଥାଳିର ମୂଲ୍ୟ ୭ ପ୍ରତିଶତ ବୃଦ୍ଧି ପାଇଛି | ବଏଲର ଚିକେନ ଦର କମିଛି | ତେଣୁ ନନ ଭେଜ ଥାଳିର ଦର ହ୍ରାସ ପାଇଛି | ଏହାର ଦାମ ଗତବର୍ଷ ସମାନ ସମୟରେ ୫୯.୨ ଟଙ୍କା ଥିଲା। କିନ୍ତୁ ଏବେ ଏହା ୫୪.୯କୁ ଖସିଛି। କିନ୍ତୁ ଚଳିତ ବର୍ଷ ଫେବୃଆରୀ ମାସ ତୁଳନାରେ ଏହା ମହଙ୍ଗା। ଫେବୃଆରୀ ମାସରେ ଆମିଷ ଥାଳିର ଦାମ ୫୪ ଟଙ୍କା ଥିଲା। କିନ୍ତୁ ଫେବୃଆରୀ ମାସ କଥା ବିଚାରକୁ ନେଲେ କୁକୁଡ଼ାର ଦାମ ୫% ମହଙ୍ଗା ହୋଇଛି। କାରଣ ଏବେ ପବିତ୍ର ରମଜାନ ଚାଲିଥିବାରୁ କୁକୁଡ଼ାର ଚାହିଦା ବଢ଼ିଛି। ତେଣୁ ଗତମାସ ତୁଳନାରେ ଦାମ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *