Pratidin TV

Odisha's Digital News Platform

ଅଯୋଧ୍ୟାର ୩ଟି ସ୍ଥାନରେ ଲାଗିବ ନିଆରା ଘଣ୍ଟା, ଏକାସାଙ୍ଗରେ ଜାଣିହେବ ୯ଟି ଦେଶର ସମୟ…

1 min read

ସମସ୍ତେ ଜାଣନ୍ତି ଯେ ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମମନ୍ଦିର ଉଦ୍ଘାଟନୀ କାର୍ଯ୍ୟକ୍ରମ। ସେଥିପାଇଁ ସଜେଇ ହେଉଛି ଅଯୋଧ୍ୟା । ପ୍ରଭୁ ଶୀରାମଙ୍କ ଭକ୍ତିରେ ବ୍ୟାକୁଳ ହୋଇ ଲକ୍ଷ ଲକ୍ଷ ଲୋକ ଅଯୋଧ୍ୟା ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଆଉ ଭଗବାନଙ୍କ ନିକଟକୁ କେହି କଣ କେବେ ଖାଲି ହାତରେ ଯାଇଥାଏ । ସେଥିପାଇଁ ଭକ୍ତ ମାନେ କିଛି ନା କିଛି ଉପହାର କିମ୍ବା ପୂଜା ସାମଗ୍ରୀ ନେଇ ଯାଉଛନ୍ତି । ସେହିପରି ପ୍ରଭୁ ଶ୍ରୀରାମଙ୍କ ପାଇଁ ସାମନ୍ୟ ପରିବା ବେପାରିଟିଏ ଭକ୍ତିରେ ଏକ ନିଆରା ଜିନିଷ ଉପହାର ପ୍ରଦାନ କରିଛନ୍ତି ରାମ ମନ୍ଦିରକୁ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ରହୁଥିବା ରାମଙ୍କର ଜଣେ ଭକ୍ତ ଏକ ଘଣ୍ଟା ଉପହାର ଦେଇଛନ୍ତି । ଯେଉଁଥିରେ କି ଏକାସାଙ୍ଗରେ ୯ ଟି ଦେଶର ସମୟ ଦେଖାଇବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭକ୍ତ ଜଣକ ପରିବା ବିକାଳି ଅନିଲ କୁମାର ସାହୁ ବୋଲି ଜଣାପଡିଛି । ଅନିଲ କୁମାର ସାହୁ ତିନୋଟି ଘଣ୍ଟା ଦାନ କରିଛନ୍ତ । କେବଳ ରାମ ମନ୍ଦିର ନୁହେଁ ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ଏବଂ ଅଯୋଧ୍ୟା ରେଳ ଷ୍ଟେସନ ପାଇଁ ମଧ୍ୟ ଏହି ବିଶ୍ୱ ଘଣ୍ଟା ଉପହାର ପ୍ରଦାନ କରିଛନ୍ତି । ଏହି ବିଶ୍ୱ ଘଣ୍ଟାଟି ଅନୀଲ୍ କୁମାର ସାହୁ ରାମ ମନ୍ଦିର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟଙ୍କୁ ଦେଇଛନ୍ତି । କୁହାଯାଇଛି ଯେ ଏହି ଘଣ୍ଟାରେ ଭାରତ, ଜାପାନ, ଋଷ, ଦୁବାଇ, ଚୀନ୍‌, ଆମେରିକା ସମେତ ୯ ଟି ଦେଶର ସମୟ ଏକ ସମୟରେ ଦେଖିବାକୁ ମିଳିବ ବୋଲି । ପନିପରିବା ବିକ୍ରି କରିବା ସହିତ ଅନିଲ ସାହୁ କିଛି ନୂଆ କରିଥାନ୍ତି । ତେବେ ଅଯୋଧ୍ୟାକୁ ଦାନ କରିଥିବା ଏହି ୩ଟି ଘଣ୍ଟାରେ ପେଟେଣ୍ଟ୍ ମଧ୍ୟ କରିଛନ୍ତି । ଯେଉଁଥିପାଇଁ ଭାରତ ଏବଂ ବିଦେଶର ଅତିଥିମାନେ ଅଯୋଧ୍ୟା ଗସ୍ତ ସମୟରେ ଏଠାରୁ ନିଜ ଦେଶର ସମୟ ସହଜରେ ଜାଣିପାରିବେ ।

Advertisement

Leave a Reply

Your email address will not be published. Required fields are marked *