Pratidin TV

Odisha's Digital News Platform

ପାର୍ବଣରେ ବଢିଲା ପରିବା ଚିନ୍ତା ; ୨୦ ତାରିଖରୁ ରାଜଧାନୀରେ ମିଳିବନି ପନିପରିବା ….

1 min read

ଭୁବନେଶ୍ୱର ; ପାର୍ବଣରେ ବଢିଲା ଖାଉଟିଙ୍କ ଚିନ୍ତା । ଆସନ୍ତା ୨୦ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ ମିଳିବନି କଞ୍ଚାପରିବା । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୦ ତାରିଖରୁ ଭୁବନେଶ୍ୱର ୟୁନିଟ୍ ୧ନଂ ହାଟ ବ୍ୟବସାୟ ବନ୍ଦ ରହିବ । କାରଣ ଏହି ପରିବା ବ୍ୟବସାୟ ମାନେ ୧୧ ଦଫା ଦାବି (ରାସ୍ତାରେ ଜବରଦଖଲ ଉଚ୍ଛେଦ) ନେଇ ସଂଘ ପକ୍ଷରୁ ବନ୍ଦ ଡାକରା ଦେଇଛନ୍ତି ।

୧୯ ତାରିଖ ରାତିରୁ ଆଇଗିଣିଆ ଏବଂ ୨୦ ତାରଖରୁ ୟୁନିଟ୍ ୧ ନଂ ହାଟକୁ ଗାଡି ଆସିବା ବନ୍ଦ ହୋଇଯିବ । ଯାହା ଫଳରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ କଞ୍ଚାପରିବା ମିଳିବ ନାହିଁ । ବିଭିନ୍ନ କାରଣରୁ ବଡ ଗାଡି ହାଟ ଭିତରକୁ ଆସିବାକୁ ଅସୁବିଧା ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ସଂଘ ।

Advertisement

ସମୃକ୍ତ ଘଟଣା ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ ଆମ ଭିଡିଓଟି କ୍ଲିକ୍ କରି ଦେଖନ୍ତୁ-

Leave a Reply

Your email address will not be published. Required fields are marked *