Pratidin TV

Odisha's Digital News Platform

ଆଜିଠୁ କଡାକଡି ଚେକିଂ : ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଗଣିବେ ୫ ରୁ ୧୦ ହଜାର …

1 min read

କଟକ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ହୋଇଯାନ୍ତୁ ସତର୍କ । ଏଣିକି କଡା କାର‌୍ୟ୍ୟାନୁଷ୍ଠାନ। ଆଜି ଠାରୁ ପରିବହନ ବିଭାଗର ଆରମ୍ଭ ହୋଇଛି ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ। ସମସ୍ତ ଆର ଟି ଓ ଙ୍କୁ ଚେକିଂପାଇଁ କଡା ନିର୍ଦେଶନାମା । ୧୦ ଲକ୍ଷ ଯାନ ବାହାନରେ ଏପର୍ଯ୍ୟନ୍ତ ଲଗା ଯାଇନାହିଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନ ଥିଲେ ଗାଡି ରାସ୍ତାକୁ ଆଣନ୍ତୁ ନାହିଁ। ଆବେଦନ କରି ନମ୍ବର ପ୍ଲେଟ ଲଗାଇ ସାରି ଗାଡି ବାହାରକୁ କାଢ଼ନ୍ତୁ। ଫେକ ରେଜିଷ୍ଟ୍ରେସନ କରିଥିବା ଗାଡ଼ି ସିଜ ହେବ। ବୁକ କରି ନ ଥିବା ଗାଡ଼ି ମଧ୍ୟ ସିଜ ହେବ।ଏନେଇ ପୂର୍ବରୁ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ସୂଚନା ଦେଇଥିଲେ ।

M.V ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ ଐଝଜଚ ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ କଟାଯିବ । ଏଥିସହ ୫୦୦୦/ – କିମ୍ବା ୧୦, ୦୦୦/ – ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଉଗଠଜ, ୧୯୮୯ର ନିୟମ ୫୦ ଅନୁଯାୟୀ, ସମସ୍ତ ଯାନକୁ ଐଝଜଚ ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ ବୋଲି ପୂର୍ବରୁ କୁହାଯାଇଛି ।

Advertisement

ତେବେ ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ସ୍କଟ ବୁକିଙ୍ଗ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଫାଇନ କରାଯିବ ନାହିଁ। ରାଜ୍ୟର ୪୦ ଲକ୍ଷରୁ ଉର୍ଦ୍ଧ୍ବ ଗାଡି ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ପାଇଁ ଆବେଦନ କରିଛନ୍ତି। ୩୭ ଲକ୍ଷରୁ ଉର୍ଦ୍ଧ୍ବ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ସାରିଛି। ବାକି ୩ ଲକ୍ଷ ବ୍ୟକ୍ତି ପ୍ରକ୍ରିୟା ଭିତରେ ଅଛନ୍ତି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *