Pratidin TV

Odisha's Digital News Platform

ଗାଡିରେ ଲଗାଇନାହାନ୍ତି କି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ? ସାବଧାନ ଜୁନ୍ ୨୩ ରୁ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ୍..

1 min read

ଭୁବନେଶ୍ୱର : ଆଗୁଆ ସାବଧାନ ହୋଇଯାଆନ୍ତୁ ଗାଡି ଚାଳକ । ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଏଥର ଗଣିବେ ୧୦ ହଜାର ଟଙ୍କାର ଜୋରିମାନା । ଜୁନ୍ ୨୩ରୁ ଆରମ୍ଭ ହେଉଛି ରାଜ୍ୟରେ ସ୍ପେଶାଲ ଡ୍ରାଇଭ୍ । ଯଦି ଯାଞ୍ଚ ସମୟରେ ଗାଡିରେ ଲାଗିବନଥିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ତେବେ ଗଣିବାକୁ ପଡିବ ଜୋରିମାନା ।

ଏନେଇ ଏକ ପ୍ରେସ ନୋଟ୍ ଜରିଆରେ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଶ୍ରୀ ଲାଲମୋହନ ସେଠୀ(ସଡକ ସୁରକ୍ଷା) ସୂଚନା ଦେଇଛନ୍ତି । ଯେ ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP)ର ଲଗେଇବାର ଅବଧି ଚଳିତ ବର୍ଷ ଫେବୃଆରୀ ୨୮ରୁ ଶେଷ ହୋଇଯାଇଛି। କିନ୍ତୁ ଅନେକ ଗାଡି ଚାଳକ HSRP ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଲଗାଇ ରାଜ ରାସ୍ତାରେ ଖୁଲାମ ଖୁଲା ବୁଲୁଛନ୍ତି । ତେବେ ସେମାନଙ୍କୁ ସାବାଡ୍ କରିବା ପାଇଁ ଜୁନ୍ ୨୩ ରୁ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ୍ ।

Advertisement

ଏମ୍‌ଭି  ଆକ୍ଟ ୧୯୮୮ର ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ ଐଝଜଚ ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ। ଏବଂ ସେମାନଙ୍କ ଠାରୁ ୫ କିମ୍ବା ୧୦ ହଜାରର ଜୋରିମାନ ଆଦାୟ କରାଯିବ । ସିଏମ୍ଭିଆର, ୧୯୮୯ର ନିୟମ ୫୦ ଅନୁଯାୟୀ, ସମସ୍ତ ଯାନକୁ ଐଝଜଚ ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ ବୋଲି ପ୍ରେସ୍ ନୋଟ୍ କହିଛନ୍ତି ଶ୍ରୀ ସେଠୀ ।

Leave a Reply

Your email address will not be published. Required fields are marked *