Pratidin TV

Odisha's Digital News Platform

ସୁନା ଖଣିରେ ଭୟଙ୍କର ଭୂସ୍ଖଳନ …ଚାଲିଗଲା ୨୩ ଙ୍କ ଜୀବନ

ଭୟଙ୍କର ଭୂସ୍ଖଳନ ନେଲା ୨୩ ଜୀବନ | ଦକ୍ଷିଣ ଆମେରିକାରେ ଭେନ୍ଜୁଏଲରେ ଘଟିଛି ଭୟଙ୍କର ଭୂସ୍ଖଳନ | ଏହି ଭୂସ୍ଖଳନ ଯୋଗୁଁ ୨୩ ଜଣଙ୍କର ମୃତ୍ୟୁ ହୋଇଛି | ସୁନା ଖଣିରେ ମାଟି ଅତଡ଼ା ଭୁଶୁଡିବା ଯୋଗୁଁ ଲୋକଙ୍କର ଜୀବନ ଯାଇଛି |

ରପୋର୍ଟ ମୁତାବକ, ଭେନ୍ଜୁଏଲରେ ବୋଲିଭର ରାଜ୍ୟରେ ଥିବା ସୁନା ଖଣିରେ ମଙ୍ଗଳବାର ଦିନ ଭୂସ୍ଖଳନ ହୋଇଛି | ବୁଲ୍ଲା ଲୋକା ଜଙ୍ଗଲ ଭିତରେ ଥିବା ଏହି ଖଣି ନିକଟରେ ବେଆଇନ ଭାବେ ସୁନା ଉତ୍ତୋଳନ କରୁଥିବା ସମୟରେ ମାଟି ଅତଡ଼ା ଖସିଯାଇଥିଲା | ଏହି ମାଟି ଖସିବା ସମୟରେ ପ୍ରାୟ ୧୨ ଜଣରୁ ଅଧିକ ଶ୍ରମିକ ସେଥରରେ କାର୍ଯ୍ୟରତ ଥିଲେ | ଖବର ଅନୁଯାୟୀ, ପ୍ରାୟ ୨୩ ଜଣଙ୍କର ମୃତଦେହ ରେସକ୍ୟୁ କରାଯାଇଛି | ତେବେ ଫସିଥିବା ଲୋକଙ୍କୁ ଖଣି ଭିତରୁ ଉଦ୍ଧାର କାର୍ଯ୍ୟ ଚାଲିଛି |

Leave a Reply

Your email address will not be published. Required fields are marked *