Pratidin TV

Odisha's Digital News Platform

ଆରପାରିରେ ବର୍ଷିୟାନ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ , ୯୧ ବୟସରେ ପରଲୋକ ..

1 min read

ଓଡିଆ ମଞ୍ଚ ସିନେମାର ଅଭୂଲା ବ୍ୟାକ୍ତିତ୍ୱ । ରାଜ୍ୟର ଜଣେ ବର୍ଷିୟାନ କଳାକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । କଟକ ତୁଳସୀପୁରସ୍ଥିତ ଘରୋଇ ଡାକତ୍ରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଶତାଧିକ ନାଟକରେ ନିର୍ଦ୍ଦେଶନା ଦେବା ସହିତ ବହୁ ଚଳଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି କୁଳଚନ୍ଦ୍ରମା, ପରିବାର, ମେଘମୁକ୍ତି ପରି ଅନେକ ଚଳଚିତ୍ର । ତେବେ ସଚ୍ଚି ଦାସ ଓଡିଆ ନାଟ୍ୟ ଜଗତର ଜଣେ ଜଣାଶୁଣା ନାମ । ସେ ଓଡିଶାର ସୁପରହିଟ ନାଟକ ଶାଗୁଣା ବସିଛି ଡେଣା ମେଲାଇର ନିର୍ଦ୍ଦେଶକ ଥିଲେ ।

ଧେତେ…… ସଂଳାପ ସଚ୍ଚି ଦାସଙ୍କଠାରୁ ଉତ୍ପନ୍ନ ହୋଇଥିଲା । ସେହିପରି ସେ ଶତାଧିକ ନାଟକର ନିର୍ଦ୍ଦେଶକ ଥିଲେ । ରବିନ୍ଦ୍ର ମଣ୍ଡପରେ ପେଶାଦାର ନାଟକ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତାଙ୍କର ଦକ୍ଷତା ପାଇଁ ସେ ଓଡିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର କବି ସମ୍ରାଟ ଉପେନ୍ଦ୍ରଭଂଜ ପୁରସ୍କାର ହାସଲ କରିଛନ୍ତି । ଏଥିସହିତ ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର, ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଶତାଦ୍ଧୀର କଳାକାର ପୁରସ୍କାର ପ୍ରଭୃତି ସେ ହାସଲ କରିଛନ୍ତି । ତାଙ୍କ ବିୟୋଗର ଖବର ଜଣା ପଡିବା ପରେ ତାଙ୍କ ଜନ୍ମସ୍ଥାନ ବରୀ ସହିତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଶେଷ କରି ରାଜ୍ୟର ସମସ୍ତ କଳାକାର ଓ ଅଗଣିତ ଦର୍ଶକଙ୍କୁ ଏହି ଖବର ବ୍ୟଥିତ କରିଛି ।

Advertisement

Leave a Reply

Your email address will not be published. Required fields are marked *