Pratidin TV

Odisha's Digital News Platform

ସ୍ତନ କର୍କଟରେ ପୀଡିତ ଆଶା ପାରେଖ , ଏବେ ହସ୍ପିଟାଲରେ ଚାଲିଛି ଚିକିତ୍ସା..

1 min read

ବଲିଉଡ ଜଗତର ଭେଟରାନ ଅଭିନେତ୍ରୀ ଆଶା ପାରେଖ ସ୍ତନ କର୍କଟରେ ପୀଡିତ । ସେ ଏବେ କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅପରେସନ୍ ଥିଏଟରରେ ତାଙ୍କର ୨ଘଣ୍ଟା ଧରି ସର୍ଜରୀ ହୋଇଥିଲା । ୧୯୬୦ ଏବଂ ୧୯୭୦ ଦଶକରେ ଏହି ଅଭିନେତ୍ରୀ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ତେବେ ୨୦୨୨ ମସିହାରେ ଭାରତୀୟ ସିନେମା ଉଦ୍ୟୋଗର ସର୍ବୋଚ୍ଚ ସମ୍ମାନ ମିଳିଥିଲା । ଏହା ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ସର୍ବୋଚ୍ଚ ପୁରସ୍କାର । ତା ସହିତ ୧୧ଥର ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ ଦ୍ୱାରା ସମ୍ମାନୀତ ହୋଇଛନ୍ତି । ୧୯୯୨ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

ଆଶା ଅକ୍ଟୋବର ୨, ୧୯୪୨ ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିବା ଆଶା ବର୍ତ୍ତମାନ ନୃତ୍ୟ ଏକାଡେମୀ ‘କାରା ଭବନ’ ପରିଚାଳନା କରୁଛନ୍ତି । ଏହା ବ୍ୟତୀତ ତାଙ୍କ ହସ୍ପିଟାଲ “ବିସିଜେ ହସ୍ପିଟାଲ ଏବଂ ଆଶା ପାରେଖ ରିସର୍ଚ୍ଚ ସେଣ୍ଟର” ମଧ୍ୟ ମୁମ୍ବାଇରେ ପରିଚାଳନା କରୁଛନ୍ତି । ତେବେ ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କର ଆଶୁ ଆରୋଗ୍ୟ ପାଇଁ ସାରା ଦେଶବାସୀ କାମନା କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *