Pratidin TV

Odisha's Digital News Platform

ଆରପାରିରେ ଟଲିଉଡ୍ ଭେଟନାର ଅଭିନେତା ‘ଚଲାପଥୀ ରାଓ’

1 min read

ହାଇଦ୍ରାବାଦ : ଆଉ ନାହାନ୍ତି ତେଲୁଗୁ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଚଲାପଥୀ ରାଓ । ୭୮ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତ ଯୋଗୁଁ ହାଇଦ୍ରାବାଦରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଥିବା ନିଜ ପୁଅ ତଥା ଅଭିନେତା-ଫିଲ୍ମ ନିର୍ମାତା ରବି ବାବୁଙ୍କ ସହ ରହୁଥିଲେ ଅଭିନେତା ଚଲାପଥୀ ରାଓ । ତାଙ୍କ ଝିଅ ଆମେରିକାରୁ ଆସିବା ପରେ ଡିସେମ୍ବର ୨୮ରେ ଅଭିନେତାଙ୍କ ଶେଷ ରୀତିନୀତି କରାଯିବ । ସେ ପର୍ଯ୍ୟନ୍ତ ତାଙ୍କ ମୃତଦେହ ରବି ବାବୁଙ୍କ ଘରେ ରଖାଯିବ, ଯେଉଁଠାରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ । ଏହା ପରେ ଜୁବୁଲି ହିଲ୍ସର ମହାପ୍ରସ୍ଥାନମକୁ ଚଲପତି ରାଓଙ୍କୁ ନିଆଯିବା ସହ ସେଠାରେ ବୁଧବାର ଶେଷ ରୀତିନୀତି କରାଯିବ ।

ମେ ୮, ୧୯୪୪ରେ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଚଲାପଥୀ ରାଓ ପାଂଚ ଦଶନ୍ଧି ଧରି ଅଭିନୟ କରିଥିଲେ । ସେ ୧୯୬୬ମସିହାରେ ଘୋଡାଚରି ୧୧୬ ସହିତ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହା ପରେ ସେ ପଛକୁ ଫେଣି ନଥିଲେ । ସେ ୬୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ । ନିଜ କ୍ୟାରିୟରରେ ସେ ଫିଲ୍ମ ପ୍ରଯୋଜନା କରିବା ସହ ଅଭିନେତା ଏନଟି ରାମା ରାଓ, ନାଗାର୍ଜୁନ, ଭେଙ୍କଟେଶ, କ୍ରିଷ୍ଣା, ଚିରଞ୍ଜିବିଙ୍କ ଭଳି ଅଭିନେତାଙ୍କ ସହ କାମ କରିଛନ୍ତି । ତାଙ୍କ ଦେହାନ୍ତ ଖବର ପାଇବା ପରେ ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *