Pratidin TV

Odisha's Digital News Platform

ଭାୟାକମ୍ ୧୮ ହାତରେ ଆଇପିଏଲ୍ ମିଡିଆ ରାଇଟ୍ସ: ଖୁସି ଜାହିର କଲେ ନୀତା ଅମ୍ବାନୀ

1 min read

ମୁମ୍ବାଇ: ଭାୟାକମ୍‌୧୮ ପକ୍ଷରୁ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଭାରତୀୟ ଉପ ମହାଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌) ମ୍ୟାଚ୍‌ଗୁଡ଼ିକର ଡିଜିଟାଲ ଷ୍ଟ୍ରିମିଂ ଅଧିକାର ହାସଲ କରାଯାଇଛି ।ପ୍ରତି ସିଜନର ୧୮ଟି ମ୍ୟାଚ୍ ପାଇଁ ଏହା ଭାରତ ଡିଜିଟାଲ୍ ଅଧିକାରର ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ହାସଲ କରିଛି । ବିଶ୍ୱସ୍ତରରେ ଭାୟାକମ୍‌୧୮ ପ୍ରମୁଖ କ୍ରିକେଟ୍ ପ୍ରେମୀ ଦେଶ ସମେତ ପାଂଚ ଆନ୍ତର୍ଜାତିକ ପ୍ରାନ୍ତ ମଧ୍ୟରୁ ତିନିଟିରେ ଟେଲିଭିଜନ ସମେତ ଡିଜିଟାଲ୍ ଅଧିକାର ହାସଲ କରିଛି । ବିଡ୍ ପ୍ରକ୍ରିୟାରେ ଲୋକପ୍ରିୟ ପ୍ରସାରଣକାରୀ ଓ ଡିଜିଟାଲ୍ କଂପାନିଗୁଡ଼ିକୁ ପଛରେ ପକାଇ ଭାୟାକମ୍‌୧୮ ନିଜକୁ ଏକ ଅଗ୍ରଣୀ ଡିଜିଟାଲ, ମିଡିଆ, ମନୋରଂଜନ ଓ କ୍ରୀଡ଼ା ପ୍ଲାଟଫର୍ମ ଭାବେ ପ୍ରତିଷ୍ଠିତ କରିପାରିଛି । ବ୍ୟାପକ ଭାବେ ଲୋକମାନଙ୍କ ପାଖରେ ପହଂଚିବା, ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଓ ବୃଦ୍ଧି ପାଉଥିବା ଲୋକପ୍ରିୟ ବିଷୟବସ୍ତୁର ସମ୍ଭାର ସହ ଭାୟାକମ୍‌୧୮ର ଡିଜିଟାଲ୍ ପ୍ଲାଟଫର୍ମ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବ ଭାରତୀୟଙ୍କ ପସନ୍ଦରେ ନେତୃତ୍ୱ ସ୍ଥାନ ହାସଲ କରିବାକୁ ପ୍ରସ୍ତୁତ ହୋଇଛି । ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ ସହ ଭାୟାକମ୍‌୧୮ ଭାରତର ଏହି ସର୍ବବୃହତ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରେ ପହଂଚାଇ ପାରିବ । ବର୍ତମାନ ଲୋକପ୍ରିୟ ବିଷୟବସ୍ତୁ ହାସଲ କରିବାର ସୁଯୋଗ ପାଉନଥିବା ୬ କୋଟି ଫ୍ରି-ଡିସ୍ ହୋମ୍ ସମେତ ଭାରତର ପ୍ରତିଟି ଅଂଚଳରେ ପ୍ରତି ଭାରତୀୟଙ୍କ ନିକଟରେ ଏହା ଆଇପିଏଲ୍‌କୁ ଉପଲବ୍ଧ କରାଇବ ।

ଭାୟାକମ୍‌୧୮ ଏହା ପ୍ରଦର୍ଶନ କରିଛି ଯେ ଏହା ଭବିଷ୍ୟତ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ଗଠନ କରୁଥିବା ବେଳେ ପାରମ୍ପରିକ ଟେଲିଭିଜନ ପ୍ରସାରଣକୁ ଦୃଢ଼ କରିବା ଜାରି ରଖିଛି । ଭାରତ ଓ ବିଶ୍ୱସ୍ତରରେ କୋଟି କୋଟି ଗ୍ରାହକଙ୍କୁ ଶ୍ରେଷ୍ଠ ସମ୍ଭବ ଅନୁଭୂତି ପ୍ରଦାନ କରିବା ଲାଗି ଏହା ପାଖରେ ଷ୍ଟେଟ-ଅଫ୍‌-ଆର୍ଟ ଡିଜିଟାଲ୍ ଅଭିଜ୍ଞତା ରହିଛି । ଏହି ଡିଜିଟାଲ୍ ପ୍ଲାଟଫର୍ମ ଶ୍ରେଷ୍ଠ ମାନର ବିଷୟବସ୍ତୁ ସମେତ ବିଗ୍ ଡାଟା ଆନାଲିଟିକ୍ସ ଓ ପ୍ରେଡିକ୍ଟିଭ୍ ଆଲଗୋରିଦମ୍ ଜରିଆରେ ଡିଜିଟାଲ ଶକ୍ତିର ମିଶ୍ରଣକୁ ବ୍ୟବହାର କରି ପ୍ରତି ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ବିଷୟବସ୍ତୁ ପ୍ରଦାନ କରୁଛି । ଫୁଟବଲରେ ଫିଫା ବିଶ୍ୱକପ୍‌, ଲା ଲିଗା, ସିରି ଏ ଓ ଲିଗ୍ ୧ ତଥା ବ୍ୟାଡମିଂଟନ, ଟେନିସ ଓ ବାସ୍କେଟବଲ (ଏନବିଏ) ଭଳି କ୍ରୀଡ଼ାର ପ୍ରସାରଣ ଅଧିକାର ହାସଲ କରିବା ପରେ ଭାୟାକମ୍ ୧୮ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ବଡ଼ ଧରଣରେ ପ୍ରବେଶ କରିଛି । ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ କରିବା ଦ୍ୱାରା ଭାୟାକମ୍‌୧୮ ଓ ଏହାର ପ୍ଲାଟଫର୍ମ ଦେଶର ସର୍ବବୃହତ କ୍ରୀଡ଼ା ସ୍ଥଳରେ ପରିଣତ ହୋଇପାରିଛି । ବ୍ୟାପକ ଭାବେ ଏକ ବୃହତ, ଯୁବ, ଅଧିକ ଉପଯୋଗୀ ଓ ଗଭୀର ଭାବେ ଜଡ଼ିତ ଦର୍ଶକଙ୍କ ପାଖରେ ପହଂଚିବା ଲାଗି ଏହା ବିଜ୍ଞାପନଦାତାଙ୍କୁ ଅତୁଳନୀୟ ସୁଯୋଗ ପ୍ରଦାନ କରିବ । ଜିଓ ସହିତ ଭାୟାକମ୍‌୧୮ର ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବଳରେ ଏହା ଅତୁଳନୀୟ ସୁଯୋଗ ସୃଷ୍ଟି ଆଣିବ ।

Advertisement

Leave a Reply

Your email address will not be published. Required fields are marked *