Pratidin TV

Odisha's Digital News Platform

ଜେଲ୍ରୁ ବାହାରିବେ ବିଭବ କୁମାର , ମିଳିଲା ସୁପ୍ରିମକୋର୍ଟ ରୁ ଜାମିନ ..

ଏଏପି ନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ ବିଭବ କୁମାରଙ୍କୁ ବଡ଼ ଆଶ୍ଵସ୍ତି । ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦୁର୍ବ୍ୟବହାର ଅଭିଯୋଗରେ ବିଭବଙ୍କୁ ଗିରଫ କରି ଜେଲରେ ରହିଥିଲେ । ଏବେ ସୁପ୍ରୀମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛି । ସୁପ୍ରିମକୋର୍ଟ  କିଛି ସର୍ତ୍ତ ରଖି ବିଭବ କୁମାରଙ୍କୁ ଜାମିନ ପ୍ରଦାନ କରିଛି । ବିଭବ କୁମାରଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

 ତେବେ ଦିଲ୍ଲୀ ପୁଲିସ ବିଭବଙ୍କ ଜାମିନକୁ ସୁପ୍ରିମକୋର୍ଟରେ ବିରୋଧ କରିଥିଲା। ଏ ସଂପର୍କରେ ସୁପ୍ରିମକୋର୍ଟ କହିଛନ୍ତି, ଅଭିଯୁକ୍ତ ୧୦୦ରୁ ଅଧିକ ଦିନ ଧରି ହାଜତରେ ରହିଛି। ଡାକ୍ତରୀ ରିପୋର୍ଟ ଅନୁଯାୟୀ, ଏହା ଏକ ସାମାନ୍ୟ ଆଘାତ ମାମଲା। ତେବେ ଦିଲ୍ଲୀ ପୁଲିସ ବିଭବଙ୍କ ଜାମିନକୁ ସୁପ୍ରିମକୋର୍ଟରେ ବିରୋଧ କରିଥିଲା। ପୋଲିସ କହିଛି ଯେ ଏହି ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି ଏବଂ ବିଭବ ପ୍ରମାଣ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି । ଏହା ଉପରେ କୋର୍ଟ କହିଛନ୍ତି ଯେ ଆମେ ଏଭଳି ସର୍ତ୍ତ ରଖିବୁ, ଯାହାଫଳରେ ସେ ଏହା କରିପାରିବେ ନାହିଁ।  ମେ’ ୧୩ରେ କେଜ୍ରିୱାଲଙ୍କ ବାସଭବନରେ ବିଭବ କୁମାର ଆପ୍‌ ସାଂସଦ ମାଲିୱାଲଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ଗୋଡ଼ ଓ ମୁହଁରେ ସାମାନ୍ୟ ଆଘାତ ଲାଗିଥିବା ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହାପରେ ମେ’ ୧୮ରେ ଦିଲ୍ଲୀ ପୁଲିସ୍‌ ବିଭବ କୁମାରଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *