Pratidin TV

Odisha's Digital News Platform

ଇରାନ ଯିବେ ଉପରାଷ୍ଟ୍ରପତି; ରଇସିଙ୍କ ଶୋକସଭାରେ ହେବେ ସାମିଲ

1 min read

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଭାରତର ପ୍ରତିନିଧୀ ଭାବରେ ଇରାନ ଗସ୍ତ କରିବେ। ସୋମବାର ହେଲିକପ୍ଟର ଦୁର୍ଘଟଣାରେ ରାଇସିଙ୍କ ମୃତ୍ୟୁ ଘଟିଛି। ବୁଧବାର ଦିନ ଧନଖଡ଼ ଇରାନ ଅଭିମୁଖେ ଯାତ୍ରା କରିବେ। ଅନ୍ୟପକ୍ଷରେ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ମଙ୍ଗଳବାର ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି।

ଇରାନର ରାଜ୍ୟ ଗଣମାଧ୍ୟମ କହିଛି ଯେ ଦେଶର ଉତ୍ତର-ପଶ୍ଚିମରେ କୁହୁଡି ପର୍ବତ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର କିଛି ଘଣ୍ଟା ପରେ ଦେଶର ରାଷ୍ଟ୍ରପତି ଓ ବୈଦେଶିକ ମନ୍ତ୍ରୀ ମୃତ୍ୟୁ ହୋଇଥିଲା | ତେବେ ତାଙ୍କ ଦୁଃଖଦ ବିୟୋଗରେ ସମବେଦନା ଜଣାଇବା ପାଇଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆସନ୍ତାକାଲି ଇରାନ ଗସ୍ତ କରିବେ।

Advertisement

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଇରାନ ଦୂତାବାସ ଗସ୍ତ କରି ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ଭାରତର ସମବେଦନା ଜଣାଇଛନ୍ତି। ରଇସିଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ସରକାର ତଥା ଜନସାଧାରଣଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *