Pratidin TV

Odisha's Digital News Platform

ବଲିଉଡର ପ୍ରଥମ ଷ୍ଟାର ଭାବେ ବିକି କୈାଶଲଙ୍କୁ ଫଲୋ କଲା ଇନ୍‌ଷ୍ଟାଗ୍ରାମ…

ବଲିଉଡ ଅଭିନେତା ବିକି କୈାଶଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଏହି ଅଭିନେତାଙ୍କର ବହୁ ବିରାଟ ପ୍ରଶଂସକ ମଧ୍ୟ ଅଛନ୍ତି । ତେବେ ବର୍ତ୍ତମାନ ଭିକିଙ୍କୁ କେବଳ ପ୍ରଶଂସକ ନୁହଁନ୍ତି ଇନଷ୍ଟାଗ୍ରାମ ମଧ୍ୟ ଅନୁସରଣ କରିଛନ୍ତି । ଏହା ପୂର୍ବରୁ ଇନଷ୍ଟାଗ୍ରାମ ଅଲୁ ଅର୍ଜୁନଙ୍କୁ ମଧ୍ୟଅନୁସରଣ କରିଥିଲା । କିନ୍ତୁ ଭିକି କୈାଶଲ ବଲିଉଡର ପ୍ରଥମ ତାରକା । ଯାହାଙ୍କୁ ଇନଷ୍ଟାଗ୍ରାମ ଅନୁସରଣ କରିଛି ।

ବିକି ନିଜର ଆକ୍ଟିଙ୍ଗ୍ ପାଇଁ ବହୁ ଚର୍ଚ୍ଚାରେ ରହିଛନ୍ତି । ସାମ୍ ବାହାଦୂର’ ଠାରୁ ‘ ଡିଙ୍କି ‘ପର୍ଯ୍ୟନ୍ତ ତାଙ୍କର ଖୁବ୍ ଚର୍ଚ୍ଚା । ଆଜି ତାଙ୍କ ନାମ ଫେମସ୍ ଷ୍ଟାର ମାନଙ୍କ ମଧ୍ୟରେ ଗଣାଯାଉଛି । ତେବେ ବିକି ନିକଟରେ ଏହି ପୋଷ୍ଟକୁ ଭାଇରାଲ ଭୟାନି ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପୋଷ୍ଟ ସେୟାର କରିବାବେଳେ ସେ ଲେଖିଛନ୍ତି ଯେ ଏହା ବହୁତ ବଡ! କୈାଶଲ ଜୀ, ଇନଷ୍ଟାଗ୍ରାମ, ବିକି କୈାଶଲ । ଏହି ପୋଷ୍ଟ ଉପରେ କଡ଼ା ମନ୍ତବ୍ୟ ଦେଉଛନ୍ତି ପ୍ରଶଂସକ । ତେବେ ଇନଷ୍ଟାଗ୍ରାମରେ ଭିକି କୈାଶଲ ହେଉଛନ୍ତି ପ୍ରଥମ ବଲିଉଡ ତାରକା । ନିକଟରେ ରିଲିଜ୍ ହୋଇଥିବା ଶାହାରୁଖ ଖାନଙ୍କ ଫିଲ୍ମ ‘ଡିଙ୍କି’ରେ ବିକି ନିଜର ଯାଦୁ ଦେଖାଇଛନ୍ତି । ଏହା ବ୍ୟତୀତ ବିକିଙ୍କ ଫିଲ୍ମ ‘ସାମ ବାହାଦୂର’ ମଧ୍ୟ ବକ୍ସ ଅଫିସରେ ଭଲ ସଂଗ୍ରହ କରିଥିଲା । ଏହି ଚଳଚ୍ଚିତ୍ରରେ ଭିକି କୈାଶଲ ଫିଲ୍ଡ ମାର୍ଶଲ ସାମ ମନେକଶାଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଭିକି କୈାଶଲ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତନ୍ତି । ଏଥିସହ ପ୍ରଶଂସକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ ।

Leave a Reply

Your email address will not be published. Required fields are marked *