Pratidin TV

Odisha's Digital News Platform

ଗୋଲ୍ଡେନ ଟେମ୍ପୁଲ ପହଞ୍ଚିଲେ ବିକି କୌଶଲ,ନଜର ଆସିଲେନି ଅଭିନେତ୍ରୀ କ୍ୟାଟ୍ରିନା କୈଫ..

ବଲିଉଡ ଅଭିନେତା ବିକି କୌଶଲ ତାଙ୍କର ଦମଦାର ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ସବୁ ବେଳେ ହେଡ ଲାଇନରେ ରହି ଆସିଥାନ୍ତି । ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ସାମ୍ ବାହାଦୂରକୁ ନେଇ ବିକି ବହୁତ ବ୍ୟସ୍ତ ଅଛନ୍ତି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବିକି ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ । ଏଠାରେ ସେ ମୁଣ୍ଡ ନୁଆଁଇ ଦରବାର ସାହେବରେ ପ୍ରାର୍ଥନା କରିଥିଲେ । ବିକି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମନ୍ଦିରରୁ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଆଉ ସୋସିଆଲ ମିଡିଆରେ ବିକିଙ୍କ ଏହି ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏଥି ସହିତ, ତାଙ୍କ ପ୍ରଶଂସକମାନେ କ୍ରମାଗତ ଭାବରେ ଏହାକୁ ପସନ୍ଦ କରନ୍ତି ଏବଂ ମନ୍ତବ୍ୟ ଦେଉଛନ୍ତି ।

ଲୋକମାନେ କହିଛନ୍ତି ଯେ ବିକି ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ପ୍ରାର୍ଥନା କରିବାକୁ ମନ୍ଦିରକୁ ଆସିଛନ୍ତି । ହେଲେ ତାଙ୍କ ସହ ନାହାନ୍ତି ପତ୍ନୀ କ୍ୟାଟ୍ରିନା କୈଫ । ବର୍ତ୍ତମାନ କ୍ୟାଟ୍ରିନା ନିଜ ଫିଲ୍ମ ଟାଇଗର ୩ର ସଫଳତା ସାଉଣ୍ଟିବାରେ ଲାଗିଛନ୍ତି । ସେ ତାଙ୍କ ଫିଲ୍ମରେ ବ୍ୟସ୍ତ ରହିଥିବା ବେଳେ ବିକି ନିଜର ଆଗାମୀ ଫିଲ୍ମର ପ୍ରମୋସନକୁ ନେଇ ବ୍ୟସ୍ତ ରହିଛନ୍ତି ।

ଫିଲ୍ମର ପ୍ରମୋସନ ଆରମ୍ଭ କରିବା ପୂର୍ବରୁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରଥମେ ମଥା ଟେକିଛନ୍ତି । ଆଗାମୀ ଚଳଚ୍ଚିତ୍ର ସାମ ବାହାଦୂରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ସାମ ବାହାଦୂରର ଟ୍ରେଲର ମଧ୍ୟ କିଛି ସମୟ ପୂର୍ବରୁ ରିଲିଜ ହୋଇଛି । ଟ୍ରେଲର ଦେଖିବା ପରେ ଫିଲ୍ମ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢିଯାଇଛି । ଏହି ଫିଲ୍ମ ଡିସେମ୍ବର୧ ରେ ମୁକ୍ତିଲାଭ କରିବ । ଆଶାକରେ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ନିରାଶ କରିବ ନାହିଁ । ସବୁଥର ପରି ବିକି ମଧ୍ୟ ତାଙ୍କ ପ୍ରଶଂସକଙ୍କ ଆଶା ପୂରଣ କରିବେ । ସେହିପରି ରଣବୀର କପୁରଙ୍କ ଫିଲ୍ମ ଆନିମଲ ମଧ୍ୟ ଡିସେମ୍ବର୧ରେ ରିଲିଜ ହେବାକୁ ଯାଉଛି ।ସାମବାହାଦୁର ସହ ଆନିମଲ ଫିଲ୍ମ ଟକ୍କର ଦେବାକୁ ଯାଉଛି । କିଏ ଦର୍ଶକଙ୍କ ମନ ଜିଣିବ ତାହା ରିଲିଜ ହେବା ପରେ ଜଣା ପଡିବ ।

Leave a Reply

Your email address will not be published. Required fields are marked *