Pratidin TV

Odisha's Digital News Platform

୧୦୦ କୋଟି ଟପିଲା ଫିଲ୍ମ ସାମ ବାହାଦୂର, ପୋଷ୍ଟର ସେୟାର କରି ଖୁସି ଜାହିର କଲେ ବିକି…

1 min read

ଡିସେମ୍ବର ୧ରେ ମୁକ୍ତିଲାଭ କରିଥିବା ବଲିଉଡର ବିକି କୈାଶଲଙ୍କ ଅଭିନୀତ ଚଳଚ୍ଚିତ୍ର ସାମ୍ ବାହାଦୁର ବକ୍ସ ଅଫିସରେ ସଫଳତା ପାଇଛି । ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କସ୍କୁ ବାଲାଙ୍କ ନିର୍ମିତ ଏହି ଫିଲ୍ମ ବିଶ୍ୱରେ ବର୍ତ୍ତମାନ ୧୦୦ କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ଯାହାକୁ ନେଇ ଅଭିନେତା ବିକି କୈାଶଲ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରି ଦର୍ଶକଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ କିଛି ଦିନ ହେବ ଚାରିଆଡେ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ଆନିମଲର କ୍ରେଜ ରହିଥିବା ବେଳେ ତଥାପି ବିକି କୈାଶଲଙ୍କ ଫିଲ୍ମ ବକ୍ସ ଅପିସରେ ଧମାକ କରିଛି । ଏହି ଚଳଚିତ୍ରରେ ଭିକି ଭାରତର ପ୍ରଥମ ଫିଲ୍ମ ମାର୍ଶଲ ତଥା ସୈନ୍ୟ ପରାକ୍ରମି ସାମ ମାନିକଶାହଙ୍କ ଭୁମିକାରେ ନଜର ଆସିଛନ୍ତି । ଏଥିସହ ଫାତିମା ସାନା ସେଖଙ୍କୁ ଇନ୍ଦିରା ଗାନ୍ଧି ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୁମିକାରେ ଦେଖିବାକୁ ମିଳିଛି । ଅପରପକ୍ଷେ ଭାରତୀୟ ବକ୍ସ ଅଫିସରେ ୬.୨୫ କୋଲି ସହ ଓପନିଂ କରିଥିଲା । ପ୍ରଥମ ସପ୍ତାହରେ ଏହା ୩୮.୭୫ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ୨୬.୯୦ କୋଟି ଟଙ୍କ ସଂଗ୍ରହ କରିଥିଲା । ତେବେ ଆଜି ସାମ ବାହାଦୂର ରିଲିଜର ୧୭ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିବାରୁ ଅଭିନେତା ଭିକି କୈାଶଲ ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ଯେ ସାମ ବାହାଦୂର ବକସ୍ ଅଫିସରେ ଗର୍ବ ଏବଂ ବିଜୟ ସହ ଆଗକୁ ବଢୁଛି । ଏଥିପାଇଁ ଆମେ କୃତଜ୍ଞ ।

Advertisement

Leave a Reply

Your email address will not be published. Required fields are marked *