Pratidin TV

Odisha's Digital News Platform

ରଣବୀରଙ୍କ ପରେ ନୂଆ ବର୍ଷରେ ତୃପ୍ତିଙ୍କ ସହ ରୋମାନ୍ସ କରିବେ ଭିକି କୌଶଲ.. ଭାଇରାଲ ହେଲା ଫଟୋ…

ଆକ୍ସନ୍ ଡ୍ରାମା ଫିଲ୍ମ ‘ଆନିମଲ’ ବକ୍ସ ଅଫିସରେ ଧମାଲ କରୁଛି । ଏହି ଫିଲ୍ମରେ ରଣବୀର ଏବଂ ରଶ୍ମିକା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଚଳଚ୍ଚିତ୍ର ସହିତ ଜଡିତ ପ୍ରତ୍ୟେକ କଳାକାରଙ୍କୁ ବହୁତ ପ୍ରଶଂସା କରାଯାଉଛି । ଏହି କଳାକାରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାବୀ ନମ୍ବର ୨ ଅର୍ଥାତ୍ ତୃପ୍ତି ଡିମ୍ରି । ତେବେ ସନ୍ଦୀପ ରେଡ୍ଡୀ ବାଂଗା ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆନିମଲରେ ରଣବୀର କପୁରଙ୍କ ସହ ତୃପ୍ତି ଡିମରୀଙ୍କ କେମେଷ୍ଟିକୁ ଖୁବ ପସନ୍ଦ କରାଯାଇଛି । ଫିଲ୍ମରେ ରଣବୀର କପୁରଙ୍କ ସହ ତୃପ୍ତିଙ୍କ ରହିଛି ଅନେକ ବୋଲ୍ଡ ଦୃଶ୍ୟ ।

ବକ୍ସ ଅଫିସରେ ଏହି ଫିଲ୍ମ ରେକର୍ଡ ଭାଙ୍ଗୁଥିବା ବେଳେ ରଶ୍ମିକାଙ୍କ ଅପେକ୍ଷା ତୃପ୍ତିଙ୍କୁ କ୍ରମାଗତ ଭାବରେ ଅଫର ମିଳିବାକୁ ଲାଗୁଛି । ରାତାରାତି ବଦଳି ଯାଇଛି ଅଭିନେତ୍ରୀଙ୍କ କ୍ୟାରିୟର । ତାଙ୍କର ୨ ଲକ୍ଷ ଇନଷ୍ଟାଗ୍ରାମ ଫ୍ୟାନ୍‌ଫଲୋର୍ସ ୩୦ ଲକ୍ଷକୁ ବୃଦ୍ଧି ପାଇଛି । ଏହି ସମୟରେ ଅଭିନେତ୍ରୀଙ୍କ ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ଯେଉଁଥିରେ ସେ ରଣବୀରଙ୍କ ସହ ନୁହେଁ ବରଂ ଭିକି କୌଶଲଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଖବର ଆସୁଛି ଯେ ଧର୍ମ ପ୍ରଡକ୍ସନ୍ସର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଉଭୟ ଏକାଠି ହେଉଛନ୍ତି ।

ଧର୍ମ ପ୍ରଡକ୍ସନ୍ସ ଫିଲ୍ମ ‘ମେରେ ମେହବୁବ ମେରେ ସନମ’ରେ ଦୁହେଁ କାମ କରିବେ । ଯାହା ଫେବୃଆରୀ ୨୦୨୪ ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ତେବେ ଆନନ୍ଦ ତିୱାରୀ ଆଗାମୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି । ବିକି ଏବଂ ତୃପ୍ତି ଗୀତର ସୁଟିଂରୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିନେତା ତୃପ୍ତିଙ୍କ ସହ ରୋମାନ୍ସ କରୁଛନ୍ତି ଭିକି ।

ଭାଇରାଲ ଫଟୋ ପରେ ଫ୍ୟାନ୍ସ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି । କିଛି ଲୋକଏହାକୁ ଖୁବ ପସନ୍ଦ କରୁଥିବା ବେଳେ କିଛି ଲୋକ ପ୍ରତିକ୍ରିୟା ଦେଇଛନ୍ତି କି, ” ରଣବୀରଙ୍କ ପରେ ଏବେ ଭିକିଙ୍କ ପାଳି । ଆଉ ରଣବୀରଙ୍କୁ ଛାଡି ଯିଏ ବିକି ଭାଇ ତାଙ୍କୁ ଧରିଲେ ତୃପ୍ତି । ”

Leave a Reply

Your email address will not be published. Required fields are marked *