Pratidin TV

Odisha's Digital News Platform

ବାରିପଦାରେ ଚାଞ୍ଚଲ୍ୟ : ଦୁଷ୍କର୍ମ ସମୟରେ ଦୁଷ୍କର୍ମକାରୀକୁ କୋଦାଳରେ ହାଣି ହତ୍ୟା କଲା ପୀଡିତା ..

ବାରିପଦା : ବାରିପଦା ଅଞ୍ଚଳରେ ଘଟିଯାଇଛି ଚକିତ କଲା ଭଳି ଘଟଣା । ଦୁଷ୍କର୍ମକାରୀକୁ ନିଜ ହାତରେ ଦଣ୍ଡଦେଇଛି ପୀଡିତା । ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା । ମୃତକ ଦୃଷ୍କର୍ମକାରୀ ଜଣକ ହେଲେ ମଙ୍ଗଲ ମୁର୍ମୁ(୨୨)। ଘଟଣାର ୮ ଦିନ ପରେ ପାଖ ଜଙ୍ଗଲରୁ ମିଳିଲା ମୃତଦେହ । ଏନ୍ଣବ ପୋଲିସ ସପୃକ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

ସୂଚନାଯୋଗ୍ୟ ଯେ ଗୁଞ୍ଜୁସାହି ଅଞ୍ଚଳର ମଙ୍ଗଳ ନିଜ ମକର ସମୟରେ ନିଜ ପଡୋଶୀ ଘର ଝିଅ କୁନି ମୁର୍ମୁକୁ ଏକୁଟିଆ ଦେଖି ତାକୁ ଦୁଷ୍କର୍ମ କରିବାକୁ ଉଦ୍ୟାମ କରିଥିଲେ । ଯୁବତୀ ଜଣଙ୍କ ନିରୁପାୟ ହୋଇ ଶେଷରେ ପାଖରେ ପଡିଥିବା କୋଦାଳ ସାହାର୍ଯ୍ୟରେ ମଙ୍ଗଲ ଉପରକୁ ଆକ୍ରମଣ କରିଥିଲୋ ଘଟଣା ସ୍ଥଳରେ ମଙ୍ଗଳର ମୃତ୍ୟୁ ହୋଇଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଶବକୁ ନେଇ ନିକଟସ୍ଥ ଜଙ୍ଗଲରେ ପିଙ୍ଗି ଦେଇଥିଲା ପୀଡ଼ିତା। ନିଜକୁ ରକ୍ଷା କରିବାକୁ ଯାଇ ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା କରିଛନ୍ତି ବୋଲି ମାନିଥିଲେ ମହିଳା । ଯାହାକି ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ମଙ୍ଗଲ ମୁର୍ମୁ(୨୨)।

ଗୁଞ୍ଜୁସାହି ଅଞ୍ଚଳରେ ଏକ ଗଳିତ ମୃତଦେହ ଜଙ୍ଗଲରେ ପଡିଥିବା ବେଳେ ରବିବାର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ତେବେ ଶନିବାର ଦିନ ସଦର ଥାନାରେ ୭ଦିନ ପୂର୍ବରୁ ନିହତ ଜଣଙ୍କ ନିଖୋଜ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ଚିହ୍ନଟ ପୂର୍ବକ ପୁଲିସ ତଦନ୍ତ କରି ମୃତଦେହ ପରିଚୟ ପାଇଥିଲା। ୧୫ତାରିଖ ଦିନ ମକରପର୍ବ ମେଳାକୁ ଯାଇ ମଙ୍ଗଲ ଆଉ ଘରକୁ ଫେରିନଥିଲେ। ମଙ୍ଗଲଙ୍କ ମା’ ମାଉସି ମୁର୍ମୁ ଖୋଜାଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପ୍ରାଥମିକ ତଦନ୍ତରୁ ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ମଙ୍ଗଳଙ୍କୁ ଏକ କୋଦାଳ ସାହାଯ୍ୟରେ ହାଣି ହତ୍ୟା କରିଥିଲେ।

ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପିଆରଏମ ହସ୍ପିଟାଲକୁ ପଠାଇଛି। ଏଥି ସହିତ ଉକ୍ତ ଘଟଣାରେ ସଦର ଥାନାରେ ହତ୍ୟା ମାମଲା ରୁଜୁ କରିବା ସହ ମହିଳା କୁନି ମୁର୍ମୁଙ୍କୁ ଗିରଫ କରି ତଦନ୍ତ ଜାରି ଥିବା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ସୂଚନା ଦେଇଛନ୍ତି। ତେବେ ହତ୍ୟା ଘଟଣାର ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ଜଙ୍ଗଲରେ ପିଙ୍ଗିବାରେ ସହଯୋଗ କରିଥିବା ଅଭିଯୁକଙ୍କ ନାମରେ ମଧ୍ୟ ମାମଲା ରୁଜୁ ସାଙ୍ଗକୁ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *