Pratidin TV

Odisha's Digital News Platform

ଅଗ୍ନିଶମ ବାହିନୀକୁ ସାହାଯ୍ୟ କରିବ ଅତ୍ୟାଧୁନିକ କ୍ୟାମେରା , ପାଣି ଭିତରେ ପଶି ଲୋକଙ୍କୁ ଖୋଜିବ …

1 min read

ଏଣିକି କେହି ପାଣିରେ ବୁଡ଼ିଲେ ଖୋଜିବାକୁ ଅଧିକ ସମୟ ଲାଗିବନି । କାରଣ ଏବେ ଅଗ୍ନିଶମ ବାହିନୀ ପାଖରେ ରହିଛି ଭିକ୍ଟିମ୍ ଲୋକେଶନ କ୍ୟାମେରା । ଯାହାକି ୨୦ ରୁ ୨୫ ଫୁଟ୍ ଗଭୀର ଜଳରାଶିରେ ଖୋଜି ବାହାର କରିଦେବ ବୁଡ଼ି ଯାଇଥିବା ବ୍ୟକ୍ତିକୁ । ସେହିଭଳି ଧୂଆଁମୟ ପରିବେଶରେ ଅଗ୍ନିଶମ ବାହିନୀକୁ ସହଯୋଗ କରିବ ସ୍ମୋକ କ୍ୟାମେରା । ତେବେ ଏହି କ୍ୟାମେରା ର ଷ୍ଟିକ୍ ବେଶ୍ ଲମ୍ବା ଯାହା ସହଯୋଗ କରିବ ଅଗ୍ନିଶମ ବାହିନୀକୁ । ପ୍ରଥମ କରି କଟକ ଅଗ୍ନିଶମ ବାହିନୀ ପାଖକୁ ଆସିଲା ଭିକ୍ଟିମ୍ ଲୋକେଶନ କ୍ୟାମେରା ଏବଂ ସ୍ମୋକ କ୍ୟାମେରା । ଗଭୀର ଜଳରାଶି ହେଉ ଅବା ନିଆଁ ଲାଗିଯାଇଥିବା ସ୍ଥାନ ହେଉ ଏବେ ଏହି ଦୁଇ କ୍ୟାମେରା ଦେଖାଇବେ ନିଜ ନିଜର ଦକ୍ଷତା । ତେବେ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ଗତ ଦୁଇଦିନ ତଳୁ ଦେଖାଇ ସାରିଛି ତା’ର କମାଲ ।

କଟକ ତୁଳସୀପୁର ହାତୀଗଡା ଠାରେ ଜେଜେଙ୍କ ଦଶାହ କର୍ମରେ ଜଣେ ଏକୋଇଶି ବର୍ଷୀୟ ଯୁବକଙ୍କ ଜୀବନ ଯାଇଥିଲା । ଆଉ ତତ୍ କ୍ଷଣାତ୍ ଅଗ୍ନିଶମ ବାହିନୀ ପହଞ୍ଚି ୨୦ ରୁ ୨୫ ଫୁଟ୍ ଗଭୀର ଜଳରାଶିରେ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ସାହାଯ୍ୟରେ ଯୁବକଙ୍କ ମୃତଦେହ ଖୁବଶୀଘ୍ର ଉଦ୍ଧାର କରିଥିଲା । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଚାରୋଟି ସ୍ଥାନରେ ହାତୀଗଡ଼ା, ବାରଙ୍ଗ, ସୁନ୍ଦରଗଡ଼ ଆଦି ଜାଗାରେ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ତା’ର କାର୍ଯ୍ୟ ସଠିକ୍ ଭାବରେ ନିର୍ବାହ କରିସାରିଛି । ଏହି କ୍ୟାମେରା ସ୍ଥିର ପାଣିରେ ଭଲ କାର୍ଯ୍ୟ କରୁଥିବା ବେଳେ ବହି ଯାଉଥିବା ପାଣିରେ କ୍ୟାମେରା ଟିକେ ଇନଭିଜିବୁଲ ହେଉଚି । ତେବେ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇଥିବା ବେଳେ ସ୍ମୋକ କ୍ୟାମେରାର ଏପର୍ଯ୍ୟନ୍ତ ଆବଶ୍ୟକ ପଡ଼ିନାହିଁ । ଭିକ୍ଟିମ୍ ଲୋକେସନ କ୍ୟାମେରା ସଫଳତା ହାସଲ କରି ସାରିଥିବା ବେଳେ ସ୍ମୋକ କ୍ୟାମେରା ଆଗକୁ କେତେ ସଫଳତା ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା ।

Advertisement

Leave a Reply

Your email address will not be published. Required fields are marked *