Pratidin TV

Odisha's Digital News Platform

୨ ବୈଜ୍ଞାନିକଙ୍କୁ ମେଡିସିନରେ ମିଳିବ ନୋବେଲ ପୁରସ୍କାର …

1 min read

ଆମେରିକୀୟ ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋଜ୍ ଓ ଗ୍ୟାରି ରୁଭକୁନଙ୍କୁ ମିଳିବ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସମ୍ମାନଜନକ ନୋବେଲ ପୁରସ୍କାର। ମାଇକ୍ରୋ-ଆରଏନଏ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । କାରୋଲିନସ୍କା ଇନଷ୍ଟିଚ୍ୟୁଟର ନୋବେଲ ଏକାଡେମୀ ସୋମବାର ଏହି ଘୋଷଣା କରିଛି।

ନୋବେଲ ଏକାଡେମୀ ପକ୍ଷରୁ କୁହାଯାଇଛି ଯେ, ଜିନ୍ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ସଂପର୍କିତ ଏକ ମୌଳିକ ସିଦ୍ଧାନ୍ତ ଆବିଷ୍କାର କରିଥିବାରୁ ଉଭୟ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍କୁନ୍ ବିଭିନ୍ନ କୋଷ ପ୍ରକାରକିପରି ବିକଶିତ ହୁଏ ସେ ବିଷୟରେ ଆଗ୍ରହୀ ଥିଲେ । ସେମାନେ ମାଇକ୍ରୋ-ଆରଏନଏ ଆବିଷ୍କାର କରିଥିଲେ, ଯାହା ଏକ ନୂତନ ଶ୍ରେଣୀର କ୍ଷୁଦ୍ର ଆରଏନଏ ଅଣୁ ଯାହା ଜିନ୍ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

Advertisement

୧୯୦୧ ମସିହାପରଠାରୁ ଫିଜିଓଲୋଜି ଓ ମେଡିସିନ କ୍ଷେତ୍ରରେ ଚଳିତ ବର୍ଷର ଏହି ପୁରସ୍କାର ୧୧୫ତମ ନୋବେଲ ପୁରସ୍କାର ଅଟେ । ୨୨୯ ବିଜେତାଙ୍କ ମଧ୍ୟରୁ ମାତ୍ର ୧୩ ଜଣ ମହିଳା ଅଛନ୍ତି। ପଦାର୍ଥ ବିଜ୍ଞାନରେ ୨୦୨୪ ନୋବେଲ ପୁରସ୍କାର ମଙ୍ଗଳବାର ଘୋଷଣା କରାଯିବ ଏବଂ ବୁଧବାର ରସାୟନ ବିଜ୍ଞାନ ପୁରସ୍କାର ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *