Pratidin TV

Odisha's Digital News Platform

ସ୍କୁଲକୁ ବିୟୁଟି ପାର୍ଲର କରିଦେଲେ ପ୍ରଧାନ-ଶିକ୍ଷୟତ୍ରୀ…. ଶିକ୍ଷୟତ୍ରୀ ଭିଡ଼ିଓ କରିବାରୁ ଦେଲେ କାମୁଡି

1 min read

ସ୍କୁଲକୁ ପାର୍ଲର କରିଦେଲେ ପ୍ରଧାନ ଶିକ୍ଷୟତ୍ରୀ | ଶୁଣିଲେ ହେବେ ଆଶ୍ଚର୍ଯ୍ୟ ସ୍କୁଲ ଭିତରେ ପ୍ରଧାନ ଶିକ୍ଷୟତ୍ରୀ କାଉଥିଲେ ଫେସିଆଲ | ଭିଡ଼ିଓ ହେଲା ଭାଇରାଲ |ଯେଉଁ ଶିକ୍ଷୟତ୍ରୀ କରିଥିଲେ ପ୍ରତିବାଦ କଲେ ତାଙ୍କୁ କାମୁଡି ବାଡେଇ ରକ୍ତାକ୍ତ କଲେ ପ୍ରଧାନ ଶିକ୍ଷୟତ୍ରୀ |

ତେବେ ସୂଚନା ମୁତାବକ ଏପରି ଘଟଣା ଉତ୍ତରପ୍ରଦେଶ ଉନ୍ନାଓର ଏକ ସ୍କୁଲରେ ଘଟିଛି। ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ସିଂହ ବିଦ୍ୟାଳୟର ରୋଷେଇ ଘରେ ଫେସିଆଲ୍ କରୁଥିଲେ। କ୍ଲାସ ରୁମରେ ଛାତ୍ରଛାତ୍ରୀମାନେ କ୍ଲାସ ପାଇଁ ଅପେକ୍ଷାରେ ବସିଛନ୍ତି | ଶିକ୍ଷୟିତ୍ରୀ ଅନମ ଖାନ ଏହାର ପ୍ରତିବାଦ ସ୍ୱରୂପ ଭିଡିଓ ରେକର୍ଡିଂ କରି ତାଙ୍କ ପାଖରେ ପହଞ୍ଚିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଫୋନ ଦେଖିବା କ୍ଷଣି ଶିକ୍ଷୟତ୍ରୀଙ୍କୁ ଇଟାରେ ମାରିବା ସହ ତାଙ୍କ ହାତ କାମୁଡ଼ି ଦେଇଥିଲେ | ଯାହାର ଭିଡ଼ିଓ ହୋଇଥିଲା ଭାଇରାଲ ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତ।

Advertisement

ପରେ ସତ୍ୟତା ଯାଞ୍ଚ ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଇଓ । ଅନ୍ୟପଟେ ଶିକ୍ଷୟତ୍ରୀ ଅନମ ମଧ୍ୟ ସଙ୍ଗୀତାଙ୍କ ବିରୋଧରେ ଥାନାରେ କରିଛନ୍ତି ଅଭିଯୋଗ | ଏଂନେ ପୋଲିସ ଆରମ୍ଭ କରିଛି ତଦନ୍ତ |

Leave a Reply

Your email address will not be published. Required fields are marked *