Pratidin TV

Odisha's Digital News Platform

ମିଠା ଦୋକାନରେ କାମ କରୁ କରୁ ଟଳି ପଡିଲେ ଯୁବକ, ଭାଇରାଲ ହେଲା ଭିଡ଼ିଓ….

1 min read

ମିଠା ଦୋକାନରେ କାମ କରୁଥିବା ବ୍ୟକ୍ତିର ହେଲା ହଠାତ ମୃତ୍ୟୁ। କିଛି ଏପରି ଘଟଣାର ଭିଡ଼ିଓ ଭାଇରାଲ ହୋଇଛି ଆଗ୍ରାରେ। ଶୁକ୍ରବାର ଦିନ ୨୫ ବର୍ଷୀୟ ଯୁବକ ଜଶ୍ବିର ତଥା ଭେରୁ ଆଗ୍ରାର ଏକ ମିଠା ଦୋକାନରେ କାମ କରୁଥିବା ସମୟରେ ହଠାତ ଟଳି ପଡ଼ିଥିଲେ। ସେ ପଡିଯିବା ମାତ୍ରେ ତାଙ୍କର ଜଣେ ସାଥି ତାଙ୍କୁ ଉଠାଇବାକୁ ଆସିଥିଲେ। କିନ୍ତୁ ଭେରୁଙ୍କର କୌଣସି ପ୍ରକାର ଉତ୍ତର ନଥିଲା। ଏହା ଦେଖିବା ପରେ ତାଙ୍କ ସାଙ୍ଗ ମାନେ ତାଙ୍କୁ ଶୀଘ୍ର ଡାକ୍ତରଖାନା ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ତେବେ ଜସ୍ବୀରଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବାର ଜଣାପଡୁଛି। କିନ୍ତୁ ଏପର୍ଯ୍ୟନ୍ତ ମୃତ୍ୟୁର ବାସ୍ତବତା ଜଣା ପଡ଼ିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ପରେ ଜଣା ପଡିବ ମୃତ୍ୟୁର କାରଣ। ଜସ୍ବୀରଙ୍କ ଏହି ଆକସ୍ମିକ ମୃତ୍ୟୁ ହେତୁ ତାଙ୍କ ସାଙ୍ଗମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଜସ୍ବୀରଙ୍କ ମୃତ୍ୟୁ ଖବରରେ ତାଙ୍କ ପରିବାର ଲୋକେ ଉଜୁଡ଼ିପଡ଼ିଛନ୍ତି। ଏହା ଆଗ୍ରାର କମଲା ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ଦୋକାନୀମାନଙ୍କୁ ପଚରାଉଚରା କରୁଛି।

Advertisement

Leave a Reply

Your email address will not be published. Required fields are marked *